ଘଣ୍ଟି ପ୍ରଦାନ କଲେ ପୂର୍ଣ୍ଣ ହୁଏ ମନସ୍କାମନା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଘଣ୍ଟି ପ୍ରଦାନ କଲେ ପୂର୍ଣ୍ଣ ହୁଏ ମନସ୍କାମନା । ଆପଣ ମାନଙ୍କ ମନରେ ବି ପ୍ରଶ୍ନ ଉଠିଥିବା ଏମିତି କେଉ ଜାଗା ଅଛି ଯେ ଯେଉଁଠି ଘଣ୍ଟି ପ୍ରଦାନ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ତେବେ ଆସନ୍ତୁ ଜାଣିବା | ଭୋଲେପୁରରେ ରହିଛି ୫୦୦ ବର୍ଷର ହନୁମାନ ମନ୍ଦିର । ସକାଳ ୮ଟାରେ ମନ୍ଦିର କବାଟ ଖୋଲିବା ମାତ୍ରେ ପୂଜାର୍ଚ୍ଚନା ପାଇଁ ଏଠାକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବିଶେଷ ମନ୍ତ୍ର ଉଚ୍ଚାରଣ ସହ ରାମ ଭକ୍ତମାନେ ହନୁମାନ ଜୀଙ୍କୁ ଚୋଲା ଅର୍ପଣ କରିଥାନ୍ତି ।

ଏହାସହ ସୁନ୍ଦରକଣ୍ଡ, ହନୁମାନ ଚଲିସା ଓ ଭଜନ ସନ୍ଧ୍ୟା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଆପଣ ମାନେ ଅନେକ ମନ୍ଦିରରେ ହନୁମାନ ମୂର୍ତ୍ତି ଦେଖିଥିବେ । ଯେଉଁ ମୂର୍ତ୍ତି ସବୁ ପଥର ଏବଂ ସିମେଣ୍ଟରେ ତିଆରି କରାଯାଇଥାଏ । ମାତ୍ର ଏଠାରେ ଥିବା ହନୁମାନଙ୍କ ମୂର୍ତ୍ତି ମାଟି ଏବଂ ଗୋବରରେ ନିର୍ମିତ ହୋଇଛି ।ମହାତ୍ମା ବିଷ୍ଣୁ ଦାସ କହିଛନ୍ତି ଯେ ଫାରୁଖାବାଦରେ ହନୁମାନ ଜୀଙ୍କର ଅନେକ ମନ୍ଦିର ରହିଛି । କିନ୍ତୁ ଫାରୁଖାବାଦର ଭୋଲେପୁରରେ ଅବସ୍ଥିତ ଏହି ମନ୍ଦିରର ଇତିହାସ ଅତ୍ୟନ୍ତ ଏୗତିହାସିକ । କୁହାଯାଏ ଯେ ଥରେ ଜଣେ ବ୍ରିଟିସ୍ ଅଧିକାରୀ ମନ୍ଦିର ରାସ୍ତା ଦେଇ ଯାଉଥିବାବେଳେ କହିଥିଲେ ଏହି ମନ୍ଦିରର କୌଣସି ମହର୍ତ୍ତ୍ବ ନାହିଁ ।

ଏହାପରେ ତାଙ୍କ ଗାଡିଟି ଓଲଟି ପଡିଥିଲା । ଏହାପରେ ଇଂରେଜମାନେ ଏହି ମନ୍ଦିରରେ ଏକ ମୁଖ୍ୟ ଫାଟକ ନିର୍ମାଣ କରିଥିଲେ । ଦେଶର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁ ହନୁମାନଙ୍କ ଦର୍ଶନ ଲାଗି ଆସନ୍ତି । ବିଶ୍ବାସ ରହିଛି କେହି କେବେ ଏହି ମନ୍ଦିରରୁ ଖାଲି ହାତରେ ଫେରେନାହିଁ । ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ହନୁମାନ ଜୀ ।

Leave A Reply

Your email address will not be published.