ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ ଅକ୍ଟୋବର 17 ଗ୍ଲୋବାଲ ସାମୁଦ୍ରିକ ଭାରତ ସମ୍ମିଳନୀ (GMIS) 2023 ର ତୃତୀୟ ସଂସ୍କରଣର ଉଦଘାଟନ କରିଛନ୍ତି। ମୋଦୀ ଦେଶ ପାଇଁ 18,800 କୋଟି ଟଙ୍କା ମୂଲ୍ୟର 21 ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମରେ ଅମୃତ କାଲ ଭିଜନ 2047 କୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟ ଆରମ୍ଭ କରି କହିଛନ୍ତି ଯେ ଆଜି ଏକ ନୂତନ ବିଶ୍ୱ କ୍ରମାଙ୍କ ରୂପ ନେଉଛି ଏବଂ ଏହି ପରିବର୍ତ୍ତନଶୀଳ ବିଶ୍ୱ ଶୃଙ୍ଖଳାରେ ବିଶ୍ୱ ଭାରତକୁ ନୂଆ ଆକାଂକ୍ଷା ଦେଖୁଛି।
କୋରୋନା ପରେ ବିଶ୍ବ କିପରି ହେବ କାହାକୁ ବି ଜଣା ନଥିଲା । ମାତ୍ର ଏବେ ଦୁନିଆରେ ଏକ ନୂଆ ବିଶ୍ବ ଅର୍ଡର ଆକାର ନେଇଛି । ଏହି ପରବର୍ତ୍ତିତ ବିଶ୍ବ ଅର୍ଡର ପୂରା ବିଶ୍ବ ଭାରତକୁ ନେଇ ନୂଆ ଆକାଂକ୍ଷା ଦେଖିଛି । ଆର୍ଥିକ ସଂଙ୍କଟ ଘେରା ଦୁନିଆରେ ଭାରତର ଅର୍ଥ ବ୍ୟବସ୍ଥା ଲାଗାତାର ମଜଭୁତ ହୋଇଛି । ସେଦିନ ଆଉ ବେଶି ଦିନ ନୁହେଁ ଯେବେ ଭାରତ ଦୁନିଆର ତୃତୀୟ ଅର୍ଥନୀତି ଦେଶ ହେବ । ସମସ୍ତ ଜାଣିଛନ୍ତି ଦୁନିଆରେ ସର୍ବାଧିକ ବ୍ୟବସାୟ ସାମୁଦ୍ରିକ ସ୍ତରରେ ହୋଇଥାଏ । ଏହି ସମ୍ମିଳନୀ ଅଧିକ ଗୁରୁତ୍ବପୂର୍ଣ୍ଣ । ତୃତୀୟ ଗ୍ଲୋବାଲ ମାରିଟାଇମ ଭାରତ ସମ୍ମିଳନୀକୁ ଭିସି ଜରିଆରେ ସମ୍ଭୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସମ୍ମିଳନୀକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଗାମି ଦିନରେ ଭାରତ ଦୁନିଆରେ ଟପ୍ 5 ସିପ ବିଲ୍ଡିଂ ନେସନ ମଧ୍ୟରେ ଗୋଟିଏ ହେବାକୁ ଯାଉଛି ।
ଆମର ମନ୍ତ୍ର ହେଉଛି ମେକ ଇନ୍ ଇଣ୍ଡିଆ, ମେକ ଫର ୱାର୍ଲ୍ଡ । ମାରିଟାଇମ କ୍ଲଷ୍ଟର ବିକାଶ ଜରିଆରେ ଆମେ ଆମେ ସିପ ବିଲ୍ଡିଂ ଷ୍ଟେକହୋଲ୍ଡରଙ୍କୁ ଏକାଠି କରିବାକୁ କାମ କରୁଛୁ । ଆଗାମୀ 25 ବର୍ଷ ମଧ୍ୟରେ ବିକଶିତ ଭାରତ ଗଠନ ନେଇ କାର୍ଯ୍ୟ ଜାରି ରହିଛି । ସବୁ ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ଆଣୁଛୁ । ଇତିହାସ ସାକ୍ଷୀ ଅଛି ଯେବେ ଭାରତର ମାରିଟାଇମ ଦକ୍ଷତା ମଜଭୁତ ହୋଇଛି ଦେଶ ଓ ଦୁନିଆକୁ ଲାଭ ମିଳିଛି । ଏହି ଚିନ୍ତାଧାରାକୁ ନେଇ ଗତ 9ରୁ 10 ବର୍ଷରେ ଏହି ସେକ୍ଟରକୁ ଅଧିକ ସଶକ୍ତ କରିବାକୁ ଯୋଜନାବଦ୍ଧ କାର୍ଯ୍ୟ କରୁଛୁ । ନିକଟରେ ଜି20 ସମ୍ମିଳନୀରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ନିର୍ମାଣକୁ ନେଇ ଏକ ଐତିହାସିକ ସହମତି ହୋଇଛି ।”