ଧାର୍ମିକ ଯାତ୍ରାରେ ଦଳାଚକଟା ୭ ମୃତ

0

ଓଡ଼ିଆ ନ୍ୟୁଜ୍: ଗୋଆର ଧାର୍ମିକ ଯାତ୍ରାରେ ଦଳାଚକଟା ୭ ମୃତ । ଗୋଆର ଶ୍ରୀଗାଁଓରେ ଶ୍ରୀଲୈରାଇରେ ଅଘଟଣ । ଲୈରାଇ ମନ୍ଦିରରେ ଦଳାଚକଟା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ଭିଡ଼ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ଭକ୍ତଙ୍କ ମଧ୍ୟରେ  ଆତଙ୍କ ଖେଳିଯାଇଥିଲା।

ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଦଳାଚକଟା ପଛର କାରଣକୁ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିନାହାଁନ୍ତି କିନ୍ତୁ ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଅତ୍ୟଧିକ ଭିଡ଼ ଏବଂ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ଏହି ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.