ଓଡ଼ିଆ ନ୍ୟୁଜ୍: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ। ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର।ବାଣପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ବଜେଟ୍ରେ ୧୨ ହଜାର କୋଟିର ବ୍ୟୟବରାଦ କରାଯାଇଛି।‘ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରତି ସ୍କୁଲ୍ ପାଇଁ ବ୍ୟୟ ହେବ ୫ରୁ ୭ କୋଟି’। ‘ପଞ୍ଚାୟତ ଅଫିସ୍ ପାଖରେ ୫ ଏକର ଗ୍ରୀନ ଫିଲ୍ଡ ଥିଲେ ନିର୍ମାଣ ହେବ ସ୍କୁଲ୍’।‘ପଞ୍ଚାୟତ ଅଫିସ ପାଖରେ ସ୍ଥାନାଭାବ ଥିଲେ ଜନସଂଖ୍ୟା ବହୁଳ ସ୍ଥାନରେ ହେବ’।
ପ୍ରଥମ ପର୍ଯ୍ୟାୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ହେବା ପୂର୍ବରୁ GMAPV ଯୋଜନାର ଉଦ୍ଦେଶ୍ୟ ଏବଂ ଦୃଷ୍ଟିକୋଣରୁ ପ୍ରଦର୍ଶିତ ଏକ ଖୁଦ୍ର ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । ପରେ ପରେ ମୁଖ୍ୟମନ୍ତ୍ରୀ ଶିକ୍ଷାର ବ୍ୟବସ୍ଥା ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦୁଝର, ପୁରୀ, ବଲାଙ୍ଗିର, ନବରଙ୍ଗପୁର ଜିଲ୍ଲା ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ ।