ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ: ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ: ମନ୍ତ୍ରୀ।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା। ୫ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ ହୋଇଛି’। ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଗୋମାଂସ ଚାଲାଣକାରୀ ସୁଧୁରି ଯିବାକୁ ମନ୍ତ୍ରୀଙ୍କ ଚେତାବନୀ। ମନ୍ତ୍ରୀ କହିଛନ୍ତି, ଗୋମାଂସ ଚାଲାଣକାରୀ ସୁଧୁରି ଯାଆନ୍ତୁ । ୧୯୬୦ ଗୋ-ହତ୍ୟା ଆଇନ ବଳବତ୍ତର ରହିଛି । ଏଥିରେ ଆହୁରି ସଂସ୍କାର ଆଣିବା ପାଇଁ ସରକାର ଚିନ୍ତା କରୁଛନ୍ତି । ‘ରଖନ୍ତୁ କୁତ୍ତା, କିନ୍ତୁ ତାସହ ରଖନ୍ତୁ ଗୋମାତା’ ଏହା ହେଉଛି ରାଜ୍ୟ ସରକାରଙ୍କ ନୂଆ ନାରା ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୫ଟି ସ୍ଥାନରେ ଗୋ-ମାଫିଆଙ୍କ ଘରେ ଚଢାଉ ହୋଇଛି । ଆଗାମୀ ଦିନରେ ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ଗତ ସରକାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟାରେ ଗୋ-ମାଫିଆ ମାନେ ସକ୍ରିୟ ଥିଲେ । ଆଠଗଡ଼ ତିଗିରିଆରେ କୁଢ କୁଢ ଗୋ-ହାଡ଼, ମୁଣ୍ଡ ମିଳିଲା । ଏଥିରୁ ସ୍ପଷ୍ଟ ଯେ ପୂର୍ବ ସରକାର ସମୟରେ ଅଧିକ ଗୋ-ହତ୍ୟା କରାଯାଉଥିଲା । ଏ ସରକାର କିନ୍ତୁ କଡ଼ା ଆଭିମୁଖ୍ୟ ନେଇଛନ୍ତି ।

 

Leave A Reply

Your email address will not be published.