ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବୁଲା କୁକୁରମାନଙ୍କର ଗଣନା କରିବେ ସରକାର। ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ।ଏବେ ରାଜ୍ୟରେ ୭ ଲକ୍ଷ ବୁଲା ଓ ୬୪ ହଜାର ପୋଷା କୁକୁର ଅଛନ୍ତି।ବୁଲା କୁକୁରମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ। ରାସ୍ତା କଡ଼ରେ ଖାଇବା ନ ଦେବାକୁ ଲୋକଙ୍କୁ କରାଯିବ ସଚେତନ।ହିଂସ୍ର ଓ ଜଳାତଙ୍କ ରୋଗରେ ପୀଡ଼ିତ କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ।ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରାଣୀ ସମ୍ପଦ ବିଭାଗର ତତ୍ପରତା।
ସେ କହିଛନ୍ତି ଯେ, ନିର୍ଦ୍ଦେଶ ମାନି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ। ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ। ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ସେମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବ। ଯେତିକି ତଥ୍ୟ ରହିଛି ତାହା ଅନୁଯାୟୀ, ରାଜ୍ୟରେ ୭ଲକ୍ଷ ବୁଲା କୁକୁର ଏବଂ ୬୪ହଜାର ପୋଷା କୁକୁର ଅଛନ୍ତି। ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବାକୁ ନଦେବାକୁ ସଚେତନ କରିବ ମୁନିସିପାଲିଟି।