ସରକାରୀ ଡାକ୍ତରଙ୍କ ପାଇଁ ଖୁସି ଖବର, ୪ ଥର ମିଳିବ ପ୍ରମୋସନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟ ସରକାର  ଡାକ୍ତରଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ,  ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସରେ କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟର ମଧ୍ୟରେ ୪ ଥର ପ୍ରମୋସନ ମିଳିବ । ପୂର୍ବରୁ ଡିଏସିପି ଯୋଜନାରେ ୩ଥର ପ୍ରମୋସନ ମିଳୁଥିଲା । ଓପିଏସସି ଜରିଆରେ ନିଯୁକ୍ତି ପାଉଥିବା ଡାକ୍ତର ମାନେ ନିୟମିତ ନିଯୁକ୍ତି ପରଠାରୁ ଏହି ସୁବିଧା ପାଇବେ ।

ଏବେ ପ୍ରତି ୬ ବର୍ଷରେ ଡାକ୍ତରଙ୍କୁ ମିଳିବ ପ୍ରମୋସନ । ଚାକିରିର ୬, ୧୨, ୧୮ ଓ ୨୪ବର୍ଷରେ ପଦୋନ୍ନତି ମିଳିବ। ପୂର୍ବରୁ ଡାକ୍ତରମାନେ କ୍ୟାରିଅରର ୭, ୧୪ ଓ ୨୧ବର୍ଷରେ ପଦୋନ୍ନତି ପାଉଥିଲେ । DACP ନିୟମ ଲାଗୁ ହେବା ପରେ ଡାକ୍ତରମାନେ ଅଧିକ ପାରିଦର୍ଶିତା ଦେଖାଇବେ । ନୂଆ DACPରେ କ୍ୟାରିଅର ସହ ଆର୍ଥିକ ସୁବିଧା ପାଇବେ ଡାକ୍ତର । ୬ବର୍ଷ ନିୟମିତ ଚାକିରି ପରେ ଲେବୁଲ ୧୨ରୁ ୧୩ ଆର୍ଥିକ ସୁବିଧା ରହିଛି ।

ସେହିପରି ୧୨ବର୍ଷ ନିୟମିତ ପରେ ଲେବୁଲ ୧୩ରୁ ୧୪, ୧୮ବର୍ଷ ନିୟମିତ ପରେ ଲେବୁଲ ୧୪ରୁ ୧୫ ଓ ୨୪ବର୍ଷ ନିୟମିତ ପରେ ଲେବୁଲ ୧୫ରୁ ୧୬ ଆର୍ଥିକ ସୁବିଧା ମିଳିବାର ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ । ଏହାପରେ ଡାକ୍ତରଙ୍କ ମହଲରେ ଖୁସି ଖେଳିଯାଇଛି ।

Leave A Reply

Your email address will not be published.