ଖୁସି ଖବର, ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ଉଡିବ ବିମାନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଉଡିବ । ସିଧାସଳଖ ବିମାନ ଚଳାଚଳ କରିବା ଦ୍ୱାରା ଓଡିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗ ବଢ଼ିବା ସହ ଜ୍ଞାନକୌଶଳର ଆଦାନ ପ୍ରଦାନ ହେବ, ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

କିଛି ଦିନ ତଳେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଥିଲା , ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡିଥିଲା । ବିମାନରେ ଏସଏଚଜି ମହିଳାଙ୍କ ସମେତ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବହୁ ବରିଷ୍ଠ ଅଧିକାରୀ ଦୁବାଇ ଯାଇଥିଲେ । ସେଠାରେ ଓଡି଼ଆ ସମାଜ ପକ୍ଷରୁ ଓଡିଶା ଉତ୍ସବର ଆୟୋଜନ କରାଯାଇଥିଲା ।

ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ପ୍ରବାସୀ ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିିଲେ । ସିଙ୍ଗାପୁରରେ ମଧ୍ୟ ଦୁବାଇ ଭଳି ପ୍ରବାସୀ ଓଡିଆଙ୍କ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହେବ ।

ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି । ସିଙ୍ଗାପୁରରେ ରହୁଥିବା ପ୍ରାୟ ୨୨ ହଜାର ପ୍ରବାସୀ ଓଡିଆଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.