ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟପାଳଙ୍କ ମାରାଥନ ଗସ୍ତ | ମୟୁରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟପାଳ ରଘୁବର ଦାସ ବାରିପଦା ସ୍ଥିତ ସର୍କିଟ ହାଉସ ଠାରୁ ଜିଲ୍ଲାପାଳ ଆଶିଷ ଠାକରେଙ୍କ ସମେତ ଏସପି ଏସ. ସୁଶ୍ରୀ ଓ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ସହିତ ଶୁଳିଆପଦା ବ୍ଲକ ଗସ୍ତ କରି ବିଭିନ୍ନ ସ୍ଥାନରେ ପରିଦର୍ଶନ କରିଛନ୍ତି ।
ମଙ୍ଗଳବାର ପୂର୍ବାହ୍ନ ୯:୩୦ରେ ସର୍କିଟ୍ ହାଉସ ଠାରୁ ସଡ଼କ ପଥରେ ବାହାରି ୧୦ଟା ରେ ଶୁଳିଆପଦା କୁଜିଡିହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ପୋଷଣ ବାବଦରେ ଅଭିଭାବକ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୁଜିଡିହିର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରି ହିତାଧୀକାରୀ ଙ୍କ ଭଲମନ୍ଦ ପଚାରିଥିଲେ, ପରେ କୋଷ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଡାକ୍ତର, ପାରାମେଡିକାଲ, ଆଶାକର୍ମୀ ଓ ରୋଗୀଙ୍କୁ ଭେଟି ସମସ୍ଯା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଏବଂ ମଧ୍ୟାହ୍ନ ୧୨:୦୫ ସମୟରେ ସାଲସାହି ଠାରେ ପହଞ୍ଚି ଓରମାସ ସବାଇ କ୍ଲଷ୍ଟରର ପ୍ରାୟ ୨ଶହ ଜଣ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କ ସହ ଭାବ ବିନିମୟ କରିବା ସହ ସବାଇଘାସ ରୁ ତିଆରି ବିଭିନ୍ନ ସାମଗ୍ରୀ ର ବିଦେଶ ରେ ଥିବା ଚାହିଦା ବିଷୟରେ ଅବଗତ କରିଥିଲେ ଏବଂ ଉକ୍ତ ଗ୍ରାମର ମହିଳା ଙ୍କ ପାଖରୁ ସବାଇ ଘାସରେ ତିଆରି ହୋଇଥିବା ସଫା ସେଟ୍ କୁ ୨୭ ହଜାର ଟଙ୍କା ରେ କିଣିଥିଲେ। ମହିଳା ମାନଙ୍କୁ ଶିକ୍ଷା ର ଉପକାରିତା ବିଷୟରେ ମଧ୍ୟ କହିଥିଲେ । ୧୨.୫୦ରେ ବଡ଼ଢେଙ୍କିଆ ଗ୍ରାମରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଓ କୃଷକଙ୍କ ସହ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।
ଆଲୋଚନା ସମୟରେ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସିଧାସଳଖ କୃଷକ ଏବଂ ମହିଳା ମାନଙ୍କ ଅଭିଯୋଗ ଶୁଣିଥିଲେ ଏବଂ ମାଟି ସାର୍ଟିଫିକେଟ ପ୍ରଦାନ କରିଥିଲେ । ସାଧାରଣ ଜନସାଧାରଣ ଙ୍କ ଅଭିଯୋଗ ଶୁଣି ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବାରିପଦା ସ୍ଥିତ ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ଙ୍କ ମନ୍ଦିର ଦିନ ୧.୩୦ ସମୟରେ ପହଞ୍ଚି ସେଠାର ପୂଜାର୍ଚ୍ଚନା କରିବା ସହିତ ସେବାୟତଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।