ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ମୃତ

0

ଓଡ଼ିଆ ନ୍ୟୁଜ୍:ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସୀମାନ୍ତ ଆନ୍ଧ୍ର ପ୍ରଦେଶର ଜଙ୍ଗଲ ପାଡୁରେ ଥିବା ଗ୍ରାନାଇଟ ଖାଦାନରେ ଭୟଙ୍କର ବିସ୍ଫୋରଣ, ୩ ଶ୍ରମିକଙ୍କ ମୃତ୍ୟୁ । ମୃତକମାନେ ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ ।

ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍‌ପିଟାଲରେ ଭର୍ତ୍ତି । ଗୁରୁତର ଆହତ ମାନେ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ସ୍ଵଷ୍ଟ ହୋଇପରି ନାହିଁ ।ଘଟଣାସ୍ଥଳରେ ଆନ୍ଧ୍ର ପୋଲିସ, ଅଗ୍ନିଶମ ବିଭାଗ ଏବଂ ପାତାପାଟନାମ ମଣ୍ଡଳ ରେଭେନ୍ୟୁ ଅଫିସର ପହଁଚି ପ୍ରାଥମିକ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଅସାବଧନତା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରଯାଉଛି ।

 

 

Leave A Reply

Your email address will not be published.