ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଦ୍ୟୁତ ସଙ୍କଟ ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ ପରେ ଗ୍ରୀଡ଼କୋ ଏମଡିଙ୍କ ପ୍ରତିକ୍ରିୟା। ବିଦ୍ୟୁତ କାଟ ସାମୟିକ ହେଉଛି। ଏକ ସପ୍ତାହ ମଧ୍ୟରେ ସୁଧାର ଆସିବ। ଆଗୁଆ ଖରା ଆସିଛି। ମେ ମାସ ପାଇଁ ପ୍ରସ୍ତୁତ ରହିଥିଲୁ। ମେ ମାସରେ ଯାହା ଡିମାଣ୍ଡ ରହିବା କଥା ତାହା ଏପ୍ରିଲ ରୁ ହିଁ ଦେଖାଯାଇଛି। ଯାହା ଫଳରେ ଆବଶ୍ୟକତା ଠୁ ଅଧିକ ବିଦ୍ୟୁତ ଦରକାର ହେଉଛି। ଆଭରେଜ ଡିମାଣ୍ଡ ଠୁ ପିକ ଡିମାଣ୍ଡ 10 ପ୍ରତିଶତ ଅଧିକ ହୋଇଛି।
ପିକ ସମୟରେ 4 ହଜାର 400 ମେଗାୱାଟ ଆବଶ୍ୟକ ହେଉଛି। 450 ମେଗାୱାଟ ନିଅଣ୍ଟ ହେଉଛି। ଜଳବିଦ୍ୟୁତ ଓ ତାପଜ ବିଦ୍ୟୁତର ଅଭାବ ଦେଖାଯାଇଛି। ଯାହାକୁ ଖୁବଶୀଘ୍ର ସମାଧାନ ପାଇଁ ଚେଷ୍ଟା କରାଯାଉଛି। ଜଳବିଦ୍ୟୁତ ଓ ତାପଜ ବିଦ୍ୟୁତ ବଢାଇବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତାପଜ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ କୋଇଲା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଡଷ୍ଟ୍ରୀ ମାନଙ୍କୁ ପିକ ସମୟରର କମ ବିଦ୍ୟୁତ ବ୍ୟବହାର ପାଇଁ କୁହାଯାଇଛି।
ଶିଳ୍ପାଞ୍ଚଳରୁ କିଛି ବିଦ୍ୟୁତ ଘରୋଇ କ୍ଷେତ୍ରକୁ ଦିଆଯିବ ବୋଲି କୁହାଯାଇଛି। ଅନ୍ୟ ରାଜ୍ୟରେ ବିଦ୍ୟୁତର ଘୋର ସଙ୍କଟ ଦେଖାଯାଇଛି। ଆମ ରାଜ୍ୟରେ ସ୍ଥିତି ଏତେ ଖରାପ ନାହିଁ। ଯାହା ବି ଅସୁବିଧା ଅଛି ଏକ ସପ୍ତାହମଧ୍ୟରେ ସମାଧାନ କରାଯିବ।