ଓଡ଼ିଆ ନ୍ୟୁଜ୍: କଟକରେ ଭସାଣ ଉତ୍ସବ ବେଳେ ଗଣ୍ଡଗୋଳ । ହାତୀପୋଖରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଢେଲାପଥର ମାଡ଼, ବ୍ୟାପକ ଭଙ୍ଗାରୁଜା ଢେଲାପଥର ମାଡ଼ରେ ଆହତ ହେଲେ କଟକ ଡିସିପି । ଡିସିପିଙ୍କ ଆଖିରେ ଲାଗିଛି ଆଘତ, ପଡ଼ିଲା ୩ଟି ଷ୍ଟିଚ୍ । ଡିସିପିଙ୍କ ସହ ୬ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ । ଗତକାଲି ବିଳମ୍ବିତ ରାତିରେ କଟକ ଦାରଘା ବଜାର ହାତୀପୋଖରୀ ପାଖରେ ଝାଞ୍ଜିର ମଙ୍ଗଳା ମେଢ ଯାଉଥିବା ବେଳେ ଛାତ ଉପରୁ ଅଚାନକ ହୋଇଥିଲା ଢେଲା ଓ ବୋତଲ ମାଡ଼।
ଯାହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଧୀରେ ଧୀରେ ପରିସ୍ଥିତି ବିଗିଡ଼ିବାକୁ ଲାଗିଥିଲା । ଗଣ୍ଡଗୋଳ ଏତେ ବଢିଗଲା ଯେ, ପୋଲିସ ନାକେଦମ ହୋଇଥିଲା । ଆଉ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଲାଠିଚାର୍ଜ କରିଥିଲା । ଯେଉଁଥିରେ ପୋଲିସ ଓ ଗଣ୍ଡଗୋଳକାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଡିସିପିଙ୍କ ମୁହଁରେ ବି ଆଘାତ ଲାଗିଛି । ସେହିପରି ଦରଘବଜାର ଥାନା ଉପରେ ବି ଢେଲା ମାଡ଼ ହୋଇଛି।