ଶୀତ ଦିନ ପାଇଁ ଗୁଡା ଚା ଲାଭଦାୟକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷ କରି ଶୀତ ଦିନରେ ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଶୀତଦିନେ ଶରୀରକୁ ଗରମ ରଖିବା ପାଇଁ ପ୍ରତ୍ୟକ ଦିନ ଗୁଡ଼ ଖାଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ । ତେବେ ଯଦି ଆପଣ କଫି କିମ୍ବା ଗରମ ଚକୋଲେଟ୍ ସେକ୍ ଅପେକ୍ଷା ଚା’ପିଇବାକୁ ଅଧିକ ପସନ୍ଦ କରନ୍ତି, ତେବେ ଆପଣ ଗୁଡ୍ ଚା’ ନିଶ୍ଚିତ ପିଅନ୍ତୁ । କାରଣ ଶୀତଦିନେ ଲୋକମାନେ ଅଧିକ ଚା’ପିଇବା ପାଇଁ ପସନ୍ଦ କରନ୍ତି । ଯେଉଁଥିରେ ଆମେ ଅଧିକ ପରିମାଣରେ ଚିନି ମଧ୍ୟ ସେବନ କରିଥାଉ ।

ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଖାସ୍ ସେଥି ପାଇଁ ଆପଣ ଶୀତ ଦିନରେ ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିପାରିବେ । ମୁଣ୍ଡବିନ୍ଧା ହେଉ କିମ୍ବା ଥଣ୍ଡା ହେଉ ଚା’ସମସ୍ତଙ୍କର ପ୍ରଥମ ପସନ୍ଦ । ତେବେ ଯଦି ଚା’ର ପରିମାଣ କମାଇବା ପାଇଁ ଚାହୁଁଛନ୍ତି ତେବେ ଗୁଡ଼ ଚା ଆପଣଙ୍କ ଇଚ୍ଛାକୁ ମଧ୍ୟ ନିୟନ୍ତ୍ରଣ କରିବ । ଏହା ସହିତ ଏହା ଆପଣଙ୍କର ଓଜନ କମାଇବାରେ ମଧ୍ୟ ସହାୟକ ହେବ ।ଶୀତ ଋତୁରେ ଗୁଡ ଚା’ ପିଇବା ଅତ୍ୟନ୍ତ ଲାଭଦାୟକ। ପାଣିପାଗର ପରିବର୍ତ୍ତନ ହେତୁ ଲୋକମାନେ ପ୍ରାୟତଃ ଅସୁସ୍ଥ ହେବାକୁ ଲାଗନ୍ତି। ଯଦି ଆପଣ ଗୁଡ ଚା’ ପିଅନ୍ତି, ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଯିବ। ଯେତେବେଳେ ଆପଣ ଚା’ରେ ଗୁଡ ସହିତ ଅଦା ମିଶାଇବେ ଏଥିରେ ଜିଙ୍କ୍‌, ସେଲେନିୟମ୍, ମିନେରାଲ୍ସ ପଦାର୍ଥ ପରି ଅନେକ ପୋଷକ ତତ୍ତ୍ୱ ସକ୍ରିୟ ହୋଇଯାଏ, ଯାହା ପ୍ରତିରକ୍ଷା ପ୍ରଣାଳୀରେ ଉନ୍ନତି ଆଣେ।

ଶରୀରରେ ହେମୋଗ୍ଲୋବିନର ପରିମାଣ ବଜାୟ ରଖିବା ପାଇଁ ଲୌହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁଡ଼ରେ ପ୍ରଚୁର ପରିମାଣରେ ଲୌହ ଥାଏ। ଲୌହ ଲାଲ ରକ୍ତ କଣିକାକୁ ଫୁସ୍‌ଫୁସ୍‌ ଏବଂ ଶରୀରର ବିଭିନ୍ନ ଅଂଶରେ ଅମ୍ଳଜାନ ପହଞ୍ଚାଇବାରେ ସାହାଯ୍ୟ କରେ। ଦୈନିକ ଗୁଡ ଚା’ ପିଇବା ଦ୍ୱାରା ଶରୀରର ଲୌହ ଆବଶ୍ୟକତା ପୂରଣ ହୁଏ। ଯଦି ଆପଣଙ୍କ ଶରୀରରେ ରକ୍ତହୀନତା ପରି ସମସ୍ୟା ଅଛି ପ୍ରତିଦିନ ଥରେ ଗୁଡ ଚା’ ପିଇବା ଜରୁରୀ।

Leave A Reply

Your email address will not be published.