ଓଡ଼ିଆ ନ୍ୟୁଜ୍: ଗୁଜରାଟ ପାୱାଗଡ଼ ଶକ୍ତିପୀଠରେ ଅଘଟଣ; ରୋପ୍ୱେ ଛିଣ୍ଡି ୬ ମୃତ।ମାଲବାହୀ ରୋପ୍ୱେ ଛିଣ୍ଡି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ। ଦୁର୍ଘଟଣାରେ ୨ ଲିଫ୍ଟମ୍ୟାନ୍, ୨ ଶ୍ରମିକଙ୍କ ସହ ଅନ୍ୟ ୨ଜଣଙ୍କ ମୃତ୍ୟୁ। ପୋଲିସର ଓ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି।ପଞ୍ଚମହଲ ଡିଏସପି ଡାକ୍ତର ହର୍ଷ ଦୁଧାତ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ପାୱାଗଡରେ ଘଟିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ସୂଚନା ଅନୁଯାୟୀ, ପାୱାଗଡ ଦୁର୍ଘଟଣାରେ ୨ ଜଣ ଲିଫ୍ଟ ଅପରେଟରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପାହାଡ଼ ଉପରକୁ ନିର୍ମାଣ ସାମଗ୍ରୀ ନେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।