ଟଙ୍କା ସହ ଧରାପଡ଼ିଲେ ଗୁଡ଼ାରୀ ରେଞ୍ଜର

0

ଓଡ଼ିଆ ନ୍ୟୁଜ୍: ଟଙ୍କା ସହ ଧରାପଡ଼ିଲେ ଗୁଡ଼ାରୀ ରେଞ୍ଜର। ୨ ଲକ୍ଷ ୩୩ ହଜାର ଟଙ୍କା ସହ ଗୁଡ଼ାରୀ ରେଞ୍ଜର ସୁକୁମାର ଦୁଖୁଙ୍କୁ ମାଡ଼ିବସିଛି ଭିଜିଲାନ୍ସ।ବେଆଇନ ଭାବେ ଅଫିସ ଗାଡିରେ ଟଙ୍କା ନେଉଥିବା ବେଳେ ଧରାପଡିଥିଲେ ସୁକୁମାର । ସୁକୁମାରଙ୍କଠାରୁ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏତେ ଟଙ୍କା କେଉଁଠୁ ଆଣିଲେ, କାହିଁକି ନେଉଥିଲେ ସେନେଇ ତଦନ୍ତ କରୁଛି ଭିଜିଲାନ୍ସ ।

ଭିଜିଲାନ୍ସର ସୂଚନା ଅନୁଯାୟୀ, ସୁକୁମାର ଗୁଡାରିରୁ ତାଙ୍କ ନିଜ ଘର ନବରଙ୍ଗୁପରସ୍ଥିତ ସେନାପତି ଷ୍ଟ୍ରିଟକୁ ଅଫିସ ଗାଡିରେ ଯାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଧରି ସୁକୁମାର ଏକ ଗାଡିରେ ଯାଉଥିବା କୌଣସି ସୂତ୍ରରୁ ଖବରପାଇଥିଲା ଭିଜିଲାନ୍ସ । ସନ୍ଦେହରେ ଭିଜିଲାନ୍ସ ତାଙ୍କୁ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ୍ ନିକଟର ଅଟକାଇ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ପଚାରିଥିଲେ ।ହେଲେ ସୁକୁମାର ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେଣୁ ଭିଜିଲାନ୍ସ ସୁକୁମାରଙ୍କଠାରୁ ଟଙ୍କା ସହ ବ୍ୟବହୃତ ବୋଲେରୋ ଗାଡି ଜବତ କରିଛି ।

Leave A Reply

Your email address will not be published.