ସରପଞ୍ଚଙ୍କ ସ୍ୱାମୀ, ଶ୍ୱଶୁରଙ୍କୁ ନିର୍ମମ ହତ୍ୟା

0

ଓଡ଼ିଆ ନ୍ୟୁଜ୍: ଜମିବାଡ଼ି ବିବାଦକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ନିର୍ମମ ହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶିଶୁର ସେମେରା ଗମାଙ୍ଗଙ୍କୁ ଟାଙ୍ଗିଆରେ ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗାଁ ଦାଣ୍ଡରେ ବାପ-ପୁଅ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବାବେଳେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଣପୁର ଏସ୍‌ଡିପିଓଙ୍କ ସମେତ ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚିଛନ୍ତି। ଗତକାଲି କିଛି ଦୁର୍ବୃତ୍ତ ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ।

Leave A Reply

Your email address will not be published.