ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାବାଳକ ସାପ କାମୁଡାର ମୃତ, ବାରିପଦାରୁ ଫୋନରେ ଝଡ଼ା ଫୁଙ୍କl କଲା ଗୁଣିଆ | ୨ଘଣ୍ଟା ଶବ ପଡ଼ିଲା ଆମ୍ବୁଲାନ୍ସରେ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ଗଗନଧୂଳି ପଞ୍ଚାୟତ ପାଣିଶିଆଳି ଗାଁର ଜଗବନ୍ଧୁ ବେହେରାଙ୍କ ୧୪ ବର୍ଷର ପୁଅ ମନୋରଞ୍ଜନ ଗତ ଶନିବାର ରାତିରେ ଶୋଇଥିବା ବେଳେ ଆଙ୍ଗୁଠିକୁ ରଣା ସାପ କାମୁଡ଼ି ଦେଇଥିଲା |
ମନୋରଞ୍ଜନକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ରାସ୍ତାରେ ମନୋରଞନର ମୃତ୍ୟୁ ହୋଇଯାଇଥିଲା | ମୃତ ମନୋରଞ୍ଜନ ଶବକୁ ତାର ପରିବାର ଓ ସମ୍ପର୍କୀୟମାନେ ସୋର ଡାକ୍ତରଖାନାକୁ ଫେରାଇ ଆଣି ଡାକ୍ତରଖାନା ପରିସରରେ ଆମ୍ବୁଲାନ୍ସରେ ରଖିଥିଲେ |
ଦୁଇଜଣ ବ୍ୟକ୍ତି ଆମ୍ବୁଲାନ୍ସ ଭିତରେ ଏକ ପିତଳ କୁମ୍ଭ ଓ ଗେଣ୍ଡୁ ଫୁଲ ଧରି ବାରିପଦା ଗୁଣିଆ ନିର୍ଦ୍ଦେଶରେ ଝଡ଼ାଫୁଙ୍କା କରୁଥିବା ଦେଖାଯାଇଥିଲା | ପରେ ମୃତ ମନୋରଞ୍ଜନ ଶବକୁ ଆମ୍ବୁଲେନ୍ସରୁ ବାହାର କରି ଷ୍ଟ୍ରେଚର ନେଇ ହସ୍ପିଟାଲ ପରିସର ରଖି ଝଡା ଫୁଙ୍କା କରିବା ସହିତ ଶବ ପାଦ ଓ ଛାତିକୁ ଘଷିଥିଲେ | ଏସବୁ ପରେ ମୃତ ମନୋରଂଜନ ନ ବଞ୍ଚିବାରୁ ଡ଼ାକ୍ତର ପାଖକୁ ନେଇଥିଲେ ପରିବାର ଲୋକେ। କିନ୍ତୁ ଡ଼ାକ୍ତର ମନୋରଞନକୁ ମୃତ ଘୋଷଣା କରିଥିଲେ |
Comments are closed.