ଆଜିଠୁ ଆରମ୍ଭ ହେଲା ଜ୍ଞାନବ୍ୟାପି ସର୍ଭେ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଜ୍ଞାନବ୍ୟାପି ସର୍ଭେକୁ ନେଇ ବହୁ ବାଦ ବିବାଦ ଲାଗି ରହିଥିଲା । ଗତକାଲି ଅଦାଲତ ଜ୍ଞାନବ୍ୟାପି ସର୍ଭେ ପାଇଁ ଗ୍ରୀନ ସିଗନାଲ ମିଳିଛି । ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣଦ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି।

ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବା ପରେ ସେଠାରେ ପୁଣି ସର୍ଭେ କାର୍ୟ୍ୟ ଆରମ୍ଭ କରାଯାଇଛି। ଏହାଛଡ଼ା, ଅଦାଲତ କହିଛନ୍ତି ଯେ, ପୂର୍ବରୁ ଥିବା କ‌ୌଣସି ହିନ୍ଦୁ ମନ୍ଦିର ମୂଳଦୁଆ ଉପରେ ଏହି ୧୭ଶ ଶତାବ୍ଦୀର ମସ୍‌ଜିଦ୍‌ ନିର୍ମିତ ହୋଇଛି କି, ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ନ୍ୟାୟ ଦୃଷ୍ଟିରୁ ‘ଏଏସ୍‌ଆଇଦ ସର୍ଭେ ଆବଶ୍ୟକ ଏବଂ ଏହା ଉଭୟ ପକ୍ଷଙ୍କୁ ଉପକୃତ କରିବ। ଆଜି ‘ଏଏସ୍‌ଆଇଦ ମସ୍‌ଜିଦ୍‌ ପରିସରରେ ସର୍ଭେ ଆରମ୍ଭ ହୋଇଥିବା ବେ‌ଳେ କେବଳ ଜିଲ୍ଲା ପ୍ରଶାସନଦ୍ବାରା ନିଯୁକ୍ତ ଲୋକେ ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ, ‘ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ୍‌ କମିଟିଦର ସଦସ୍ୟମାନେ ଏହି ସର୍ଭେ ବର୍ଜନ କରିଛନ୍ତି। ହିନ୍ଦୁମାନଙ୍କ ପକ୍ଷରୁ ସୋହନ୍‌ଲାଲ୍‌ ଆର୍ୟ୍ୟ କହିଛନ୍ତି ଯେ, ମସ୍‌ଜିଦ୍‌ ପରିସରରେ ପୂର୍ବରୁ କରାଯାଇଥିବା ସର୍ଭେ ସମୟରେ ଶିବପାର୍ବତୀ ଓ ବରାହ ବିଗ୍ରହ, ଘଣ୍ଟି, ତ୍ରିଶୂଳ ଓ ଅନ୍ୟାନ୍ୟ ଅନେକ ସାମଗ୍ରୀ ମିଳିଛି।

ତେଣୁ, ପୂର୍ବରୁ ଏଠରେ ମନ୍ଦିର ଥିଲା ବୋଲି ଆଭାସ ମିଳୁଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ତୋଳାଯାଇଥିବା ମନ୍ଦିର ଉପରେ ମସ୍‌ଜିଦ୍‌ ନିର୍ମାଣ କରାଯାଇଛି କି, ନାହିଁ ତାହା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ଉତ୍‌ଖନନ ସମେତ ସର୍ଭେ କରିବା ଲାଗି ଜୁଲାଇ ୨୧ ତାରିଖ ଦିନ ବାରାଣସୀ ସେସନ୍‌ସ୍‌ କ‌ୋର୍ଟ ‘ଏଏସ୍‌ଆଇଦକୁ ନିର୍ଦେଶ ଦେଇଥିଲେ। ‘ଏଏସ୍‌ଆଇଦ ମଧ୍ୟ ଜୁଲାଇ ୨୪ ତାରିଖ ଦିନ ସର୍ଭେ କାର୍ୟ୍ୟ ଆରମ୍ଭ କରିଥିଲା। କିନ୍ତୁ, ମସ୍‌ଜିଦ୍‌ କମିଟି ଆବେଦନ କରିବାରୁ ସୁପ୍ରିମ୍‌ କ‌ୋର୍ଟ ସର୍ଭେ ବନ୍ଦ କରିବାକୁ ଆଦେଶ‌ ଦେବା ସହିତ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଆବେଦନ କରିବା ଲାଗି କମିଟିକୁ ଆଦେଶ ଦେଇଥିଲେ। ତେବେ ଗତକାଲି ରାୟ ଆସିବା ପରେ ଆଜିଠୁ ଆରାମ୍ଭ ହୋଇଛି ସର୍ଭେ ।

Leave A Reply

Your email address will not be published.