ଓଡ଼ିଆ ନ୍ୟୁଜ, କଟକ: ପୋଲ ନିର୍ମାଣ ପାଇଁ ଆଧାରହିଲା ରାସ୍ତା କାର୍ଯ୍ୟ ? ରାସ୍ତା ଖୋଳିଦେବା ଫଳରେ ଯୋଗା ଯୋଗ ବିଛିନ୍ନ l ରାସ୍ତା ରେ 50 ଫୁଟରୁ ଉର୍ଦ୍ଧ ଖୋଳିଦେଇ ଠିକାଦାର ଚମ୍ପଟ ?ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି କି ଏହି ରାସ୍ତା କାର୍ଯ୍ୟ ? ଏହି ବାବଦରେ ସ୍ଥାନୀୟ ବିଧାୟକ ଙ୍କ ଠାରୁ ଆରମ୍ବ କରି ସ୍ଥାନୀୟ ପ୍ରଶାସନ ଓ ବିଭୀଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ l ହଜାର ହଜାର ଲୋକ ମାନେ ଯାତାୟାତ ପାଇଁ ନନା ଅସୁବିଧାରେ ସମୁଖୀନ l
ଏହି ରାସ୍ତା ଟି ହେଉଛି କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉର୍ନୟନ ବିଭାଗ ଅଧୀନରେ ଥିବା ଶିଶୁଆ ଠାରୁ ମଢ଼ଙ୍ଗା ପର୍ଯ୍ୟନ୍ତ ରାସ୍ତା l ଟିକିଏ ଭଲଭାବରେ ଦେଖନ୍ତୁ ଇଏ ହେଉଛି ୧୨ କିଲୋମିଟର ୮୦୦ମିଟର ରାସ୍ତାକୁ ୮କୋଟି ୪୦ଲକ୍ଷ୍ୟ ବେୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହେଉଥିବା ରାସ୍ତା ପ୍ରଶସ୍ତି କରଣ ର ଦୃଶ୍ୟ l ଯେଉଁ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ହେବା ପାଇଁ ଗତ କିଛି ଦିନ ତଳେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଉଦଘାଟନ କରିବାପରେ ଠିକାଦାର ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ରାସ୍ତା କାର୍ଯ୍ୟ ପାଇଁ ମିର୍ଜାପୁର ଓ ରାଇସୁଙ୍ଗୁଡା ପଞ୍ଚାୟତ ର ମଧ୍ୟ ଭାଗରେ ମଢ଼ଙ୍ଗା ବିଲ ପାଟ ଗହୀରେ ପୋଲ ନିର୍ମାଣ ପାଇଁ ପ୍ରାୟ ୫୦ ଫୁଟ ରୁ ଉର୍ଦ୍ଧ ଖୋଳି ଦେବାରୁ ରାସ୍ତାରେ ପୁରା ପୋଖରୀ ସଦୃଶ୍ୟ ହୋଇଯାଇଛି l ଏହି ରାସ୍ତା ଉପରେ ୧୫-୨୦ ଖଣ୍ଡି ଗ୍ରାମର ପ୍ରାୟ ୩୫୦୦ ରୁ ଉର୍ଦ୍ଧ ଲୋକେ ନିର୍ଭର କରନ୍ତି l ରାସ୍ତାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଆସିପାରୁନଥିବା ବେଳେ ଛାତ୍ର ଛାତ୍ରୀ, କୃଷକ ଆଦି ଅନେକ ବର୍ଗର ପଥଚାରୀ ମାନଙ୍କୁ ଯାତାୟାତ ପାଇଁ ନାହିଁ ନ ଥିବାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l ଗ୍ରାମ୍ୟ ଉର୍ନୟନ ବିଭାଗ ର ଅଧିକାରୀ ଓ ଠିକାଦାର ଙ୍କ ମନମୁଖି କାର୍ଯ୍ୟ ପାଇଁ ଆଜି ଲୋକ ମାନେ ହନ୍ତ ସନ୍ତ ହୋଇଥିବା ଅଭିଯୋଗ କରିଛନ୍ତି l ଦୀର୍ଘ ୭ମାସ ରୁ ଉର୍ଦ୍ଧ ହେବ ରାସ୍ତା ଖୋଳା ଜାଇ ପଡ଼ିରହିଛି l ଏହା ଉପରେ କାହାର ସତେ ଯେମିତି ନଜର ନାହିଁ l ଏ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟ ରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି l ଯଦି ଆଗାମୀ ଦିନରେ ରାସ୍ତା କାମ ନ ହୁଏ ତାହାଲେ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ଚେତା ବନି ଦେଇଛନ୍ତି ସ୍ଥାନୀୟ ଲୋକେ l ଆମେ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ କି ଏହି ରାସ୍ତା ବାବଦରେ ମୁଁ ମୋ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି l ବର୍ଷା ଛାଡିଲେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ l ଏବେ କେବଳ ଦେଖିବାକୁ ବାକି ରହିଲା କେବେ ଆରମ୍ଭ ହେଉଛି ରାସ୍ତା କlଯ୍ୟ ।
Prev Post
Next Post