୧୨୦୦ ଲିଟର କିରୋସିନିକୁ ବସ୍ତା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ହସ୍ତାନ୍ତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଦ୍ବାରା ୬୦ ନମ୍ବର ଜାତୀୟ ରାଜପଥର ଦଣ୍ଡିକା ନିକଟରୁ ଜବତ ୧୨୦୦ ଲିଟର କିରୋସିନି | କିରୋସିନିକୁ ବସ୍ତା ଖାଦ୍ୟ ଯୋଗାଣ ଅଧିକାରୀ ଙ୍କୁ ହସ୍ତାନ୍ତର କଲେ ପୋଲିସ ।

ସୂଚନା ଅନୁସାରେ ଗତ ୬ ତାରିଖ ଦିନ ରେ ବସ୍ତା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ,ଦଣ୍ଡିକା ନିକଟରୁ ଏକ ପିକ ଅପ ଭେନ ସହ ୧୨୦୦ ଲିଟର କିରୋସିନି ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ପଠାଇଥିଲା ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଏହା ପିଡିଏସ କିରୋସିନି ଜାଣିପାରି, ଏତେଗୁଡିଏ କିରୋସିନି ଜଳେଶ୍ଵର କିମ୍ବା ପଶ୍ଚିମବଙ୍ଗ ରୁ ଆସିଥାଇପାରେ ବୋଲି ଅନୁମାନ କରିଥିଲେ |

ପରେ ତଦନ୍ତ ଜାରି ରଖିଥିବା ବେଳେ,ଗିରଫ ଡ୍ରାଇଭର କିମ୍ବା ହେଲ୍ପର ଠାରୁ ମିଳିଥିବା ସୂଚନା କୁ ଗୋପନ ରଖିଛି ପୋଲିସ ।ଜବତ କିରୋସିନି ଆନୁମାନିକ ମୂଲ୍ୟ ୭୨୦୦୦ ଟଙ୍କା ହେବ। ତେବେ ନିର୍ବାଚନୀୟ ବ୍ୟସ୍ତତା ଯୋଗୁଁ ଜବତ କିରୋସିନି କୁ ୧୪ ଦିନ ର ବ୍ୟବଧାନ ପରେ ଯୋଗାଣ ଅଧିକାରୀ ଙ୍କୁ ସମସ୍ତ କିରୋସିନି ହସ୍ତାନ୍ତର କରିଛି ପୋଲିସ। ହେଲେ ଘଟଣା କୁ ନେଇ ପ୍ରକୃତ ଅପରାଧୀ ଙ୍କୁ ଧରିବା ପର୍ଯ୍ୟନ୍ତ ଯୋଗାଣ ଅଧିକାରୀ ପୋଲିସ କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।

Comments are closed.