ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଥାନାଧିକାରୀଣୀ ଙ୍କୁ ଦୋକାନ ଭିତରେ ପୂରାଇ ନିର୍ଧୁମ ପିଟିଲେ ଲୋକେ | ବାଲେଶ୍ବର ଜିଲ୍ଲା ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନଙ୍କୁ ଏବଂ ଡ୍ରାଇଭର ଙ୍କୁ ଏକ ଦୋକାନ ଘରେ ପୁରାଇ ନିର୍ଯ୍ୟାତନା ସହିତ ନିର୍ଧୁମ ପିଟିଲେ ଲୋକେ | ଖବର ପାଇ ଜଳେଶ୍ବର ଏସଡିପିଓ, ଚନ୍ଦନେଶ୍ବର ଫାଣ୍ଡି ଓ ଭୋଗରାଇ ଥାନା ପୁଲିସ ପହଂଞ୍ଚି ତାଙ୍କୁ ଦୋକାନ ଘରୁ ଉଦ୍ଧାର କରିଛନ୍ତି |
ମିଳିଥିବା ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ସାହାବାଜିପୁର ପଞ୍ଚାୟତ ଅଧୀନ ଉଦୟପୁର ଗାଁ ମଧ୍ଯ ଦେଇ ଗତକାଲି ରାତି ରେ ସାମୁଦ୍ରିକ ଥାନା ଅଧିକାରିଣୀ ରାତ୍ରି ପେଟ୍ରୋଲିଂରେ ବାହାରି ଥିଲେ |ଏହି ସମୟରେ ଉଦୟପୁର ଗାଁର ଜନୈକ ବ୍ଯକ୍ତିଙ୍କ ଦୋକାନ ଘରେ ଜୂଆ ଖେଳ ଚାଲୁଥିବାରୁ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଧରି ଦୋକାନ ଘରେ ପୁରାଇ ଦେଇ ଥିଲେ |
ଏମିତିକି କିଛି ମହିଳା ପହଞ୍ଚି ତାଙ୍କ ୟୂନିଫର୍ମ ମଧ୍ଯ ଛିଣ୍ତି ଦେଇଥିଲେ | ଥାନାର ଗାଡି ଚାଳକ ସୁଧାଂଶୁ ମହାନ୍ତି ବିରୋଧ କରିଥିଲେ ମଧ୍ଯ ତାଙ୍କୁ ମାରି ଲହୁ ଲୁହାଣ କରିଦେଇ ଥିଲେ | ନିରୁପାୟ ହୋଇ ଥାନା ଅଧିକାରିଣୀ ସହାୟତା ପାଇଁ ସାମ୍ବାଦିକ ଠାରୁ ବିଭାଗ ପର୍ଯ୍ୟନ୍ତ ସହାୟତା ପାଇଁ ନିବେଦନ କରିଥିଲେ | ତେବେ ପୂଲିସ ପହଂଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି | ଏହି ଘଟଣା ରେ ପୋଲିସ 20 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି |