ଓଡ଼ିଆ ନ୍ୟୁଜ୍: ବାରବାଟୀରେ ପ୍ରାକ୍ଟିସ ପାଇଁ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା। ମ୍ୟାଚ୍ ପୂର୍ବରୁ ନେଟ ପ୍ରାକ୍ଟିସ ପାଇଁ ପହଞ୍ଚିଲେ ଷ୍ଟାର ଅଲରାଉଣ୍ଡର। ବିନା ଦର୍ଶକରେ ନେଟ୍ ବୋଲରଙ୍କ ସହ ଅଭ୍ୟାସ କରିବେ ପାଣ୍ଡ୍ୟା। ହାର୍ଦ୍ଦିକ ବିନା ଦର୍ଶକରେ ନେଟ୍ ବୋଲରଙ୍କ ସହ ଅଭ୍ୟାସ କରିଥିଲେ । ଅଭ୍ୟାସ ପରେ ସେ ଫଟୋ ଅପଲୋଡ୍ କରି ଏହି ସୂଚନା ଦେଇଛନ୍ତି । ଶନିବାର ରାତିରେ ହାର୍ଦ୍ଦିକ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା । ସେ ଏହି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ ।
ରବିବାର ଅପରାହ୍ନରେ ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକା ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଉଭୟ ଦଳକୁ ହୋଟେଲ୍ରେ ଭବ୍ୟ ସ୍ୱାଗତ କରାଯାଇଛି ।ସୋମବାର ଦିନ ସାଢ଼େ ୧୧ଟାରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ ବାରବାଟୀରେ ଅନୁଷ୍ଠିତ ହେବ । ଦକ୍ଷିଣ ଆଫ୍ରିକା ଟିମ୍ ସୋମବାର ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ ତଳେ ଅଭ୍ୟାସ କରିବ ।ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରଖାଯିବାର ବ୍ୟବସ୍ଥା କରାଯାଇଛି ।