ହରିଆଣା ହିଂସା; ଅଭିଯୁକ୍ତଙ୍କୁ ଏନକାଉଣ୍ଟର

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଧାର୍ମିକ ହିଂସାରେ ଜଳୁଛି ହରିଆଣା । ହରିୟାଣାର ନୁହରେ ୩୧ ଜୁଲାଇରୁ ବ୍ରଜମଣ୍ଡଳ ଧାମ ଜଳାଭିଷେକ ଯାତ୍ରା ସମୟରୁ ହୋଇଥିବା ହିଂସା ପରେ ପ୍ରଶାସନ ଲଗାତାର ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କରି ଚାଲିଛି। ସଦ୍ୟତମ ମାମଲାରେ, ନୁହ ହିଂସା ଅଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। କୁହାଯାଉଛି ଯେ ଏମାନେ ସଲଖୋ ଗାଁରେ ଲୁଚି ରହିଥିଲେ। ଏନକାଉଣ୍ଟର ସମୟରେ ଉଭୟଙ୍କୁ ଗୁଳି କରାଯାଇଥିଲା, କିନ୍ତୁ କେହି ନିହତ ହୋଇ ନାହାନ୍ତି। ଆହତ ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ନାଲହାଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ଏହା ପୂର୍ବରୁ କ୍ରାଇମ ବ୍ରାଞ୍ଚ ତାବଡୁ ଦାୟିତ୍ୱରେ ଥିବା ସନ୍ଦୀପ ମୋରାଙ୍କ ଦଳ ଉପରେ ଗୁଳି ଚଳାଇଥିଲେ। ସୂଚନାଯୋଗ୍ୟ, ଜୁଲାଇ ୩୧ ସୋମବାର ନୁହର ନାଲହାଦ ଶିବ ମନ୍ଦିରରୁ ବ୍ରଜମଣ୍ଡଲ ଜଲାଭିଷେକ ଯାତ୍ରା ଉପରେ ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟ ଦ୍ୱାରା ପଥର ଫିଙ୍ଗିବା ପରେ ହିଂସା ଆରମ୍ଭ ହୋଇଥିଲା। ଏହି କାରଣରୁ ଯାତ୍ରା ସ୍ଥଗିତ ରଖାଗଲା।

ଏହି ହିଂସା ସମୟରେ ଦୁଇ ଜଣ ହୋମଗାର୍ଡ, ଦୁଇଜଣ ବଜରଙ୍ଗ ଦଳ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମତ୍ୟୁ ଘଟିଛି। ବର୍ତ୍ତମାନ ପର୍ୟ୍ୟନ୍ତ ନୁହର ପରିବେଶ ସମ୍ପୂର୍ଣ୍ଣ ଶାନ୍ତ ହୋଇନାହିଁ। ସୂଚନା ଅନୁସାରେ ହରିୟାଣା ନୁହରେ ହିଂସା ଯୋଗୁଁ ବୁଲଡୋଜର ଆକ୍ସନ ନିଆଯାଇଥିଲା । ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ୟ୍ୟ ଜୋରଦାର କରାଯାଇଥିଲା । ଧାର୍ମିକ ଶୋଭାଯାତ୍ରା ବେଳେ ଏକ ହୋଟେଲ ଉପରୁ ପଥର ମାଡ଼ କରାଯାଇଥିବା ଜଣାପଡ଼ିବା ପରେ ନୁହରେ ଥିବା ଏକ ବହୁତଳ ବିଶିଷ୍ଟ ହୋଟେଲକୁ ଭାଙ୍ଗି ଦିଆଯାଇଥିଲା । ନୁହ ଓ ଏହାର ଆଖପାଖରେ ଅନେକ ଦୋକାନ ଓ ଘରକୁ ପ୍ରଶାସନ ଭାଙ୍ଗି ଦେଇଥିଲା।

Leave A Reply

Your email address will not be published.