ଓଡିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତ ସ୍ଥିତ ସ୍ଥାନୀୟ କମରଲଗା ଲାଂଥ ନଦୀ କୂଳରେ ଆଜି ସକାଳୁ ସ୍ଥାନୀୟ ଲୋକ ଗାଧେଇବା ପାଇଁ ଯାଇ ଥିବା ବେଳେ ଏକ ଶବ ଭାସୁଥିବା ନେଇ ଦେଖିବାକୁ ପାଇଥିଲେ। ଏବଂ ନଦୀ କୂଳରେ ପ୍ରବଳ ଶକ୍ତ ଧାର ବୋହି ଥିବା ଦେଖିବାକୁ ପାଇବା ପରେ ହତ୍ୟା ହୋଇ ଥିବା ସନ୍ଧେହ କରିଥିଲେ।ପରେ ପୁଲିସକୁ ଖବର ଦେବା ପରେ ସଇଁନ୍ତଲା ଥାନା ଅଧିକାରୀ ଅଵନୀ ସାହୁ,ବଡ଼ମାଲ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ମାଝୀ, ଏସଆଇ ସଂଗୀତା ବେଙ୍କ ଘଟଣା ସ୍ଥାନରେ ପହଞ୍ଚି ଶବକୁ ଦେଖିବାକୁ ପାଇଥିଲେ।
ଘଟଣା ସ୍ଥାନରେ ସ୍ଥାନୀୟ ଅଗ୍ନି ବାହିନୀ ବିଭାଗ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ,ଟିଟିଲାଗଡ଼ ଏଡ଼ସିପିଓ ସୁରେନ୍ଦ୍ର ନାଥ ଶତପଥି, ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା,ମୁରିବାହାଲ ଥାନା ଅଧିକାରୀ ପହଞ୍ଚିବା ପରେ ଶବ କୁ ନଦୀ ଭୀତରୁ ଉଦ୍ଧାର କରିଥିବା ବେଳେ ଯୁବତୀ ଙ୍କ ମୁଣ୍ଡ ବିହୀନ ଶବ କୁ ଦେଖିବାକୁ ମିଳିଥିଲା।ସୂଚନା ଯୁବତୀଙ୍କ ବୟସ ପ୍ରାୟ ୨୦-୨୫ ବର୍ଷ ଭିତରେ ହେବ।ଦୁଇଟି ଗୋଡ଼ରେ କଳା ରଙ୍ଗର ରସି ମଧ୍ୟ ଲାଗିଛି।କଳା ରଙ୍ଗର ପେଣ୍ଟ ଓ ସାର୍ଟ ଯୁବତୀ ପିନ୍ଧିଥିବା ବେଳେ ଗଲା ବିଳମ୍ବିତ ରାତିରେ ଗଳାକାଟି ହତ୍ୟା କରାଯାଇ ଥିବା ବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀଙ୍କ ପରିଚୟ ମଧ୍ୟ ମିଳି ପାରି ନାହିଁ।କିଏ ଓ କେଉଁ କାରଣ ରୁ ଏଭଳି ନିର୍ମମ ଭାବେ ଗଲା କାଟି ହତ୍ୟା କଲା ତାହାକୁ ନେଇ ଘଟଣା ସମ୍ପର୍କରେ ପୁଲିସ ଛାନଭିନ ଆରମ୍ଭ କରିଛି।