ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରତେକ୍ ଭାରତୀୟଙ୍କ ଘରେ ତେଜପତ୍ର ଅତି ସହଜରେ ମିଳିଥାଏ । ଏହାକୁ ଯେ କୌଣସି ଖାଦ୍ୟର ସ୍ୱାଦ ବଢାଇବା ସହିତ, ଚା’ରେ ମଧ୍ୟ ତେଜପତ୍ର ବ୍ୟବହାର କରାଯାଇଥାଏ । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇନଥାଏ ବରଂ ଏହା ଅନେକ୍ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ ।
ତେବେ ଆସନ୍ତୁ ଜାଣିବା ତେଜପତ୍ରର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ବିଭିନ୍ନ ଜାଗାରେ ଅନେକ ପ୍ରକାରର ତେଜପତ୍ର ମିଳେ। ତେବେ ଆସନ୍ତୁ ତେଜପତ୍ର ଖାଇବାର ଉପକାରିତା ଏବଂ ଏହା ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଜାଣିନେବା। ତେଜପତ୍ରରେ ଭିଟାମିନ୍ ଏ, ଭିଟାମିନ୍ ବି ୬ ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ। ଏହି ସମସ୍ତ ଭିଟାମିନ୍ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେଜପତ୍ର ଖାଇବା ପେଟ ପାଇଁ ଏକ ପ୍ରଭାବଶାଳୀ ଔଷଧ ଭାବେ କାମ କରେ। ବିଶେଷକରି ତେଜପତ୍ରରୁ ପ୍ରସ୍ତୁତ ଚା’ ଅନେକ ପେଟ ରୋଗରୁ ମୁକ୍ତି ଦିଏ। ତେଜପତ୍ର ଚା’ ପିଇବା ଦ୍ୱାରା ପେଟ ବ୍ୟଥା ଦୂର ହୁଏ।
ତେଜପତ୍ରର ବାସ୍ନା ସାଇନସ୍ ସମସ୍ୟା ଏବଂ ନାକ ବନ୍ଦରୁ ମୁକ୍ତି ଦିଏ। ତେଜପତ୍ରର କ୍ୟାପ୍ସୁଲ୍ ଏବଂ ତେଜପତ୍ରରୁ ପ୍ରସ୍ତୁତ ଚା’ ମଧୁମେହର ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ। ବିଶେଷକରି ତୁର୍କୀ ତେଜପତ୍ର ଖାଇବା ଦ୍ୱାରା ଶରୀରର ରକ୍ତରେ ଶର୍କରା ସ୍ତର କମିବା ଆରମ୍ଭ କରେ। ଏଭଳି ପରିସ୍ଥିତିରେ ତେଜପତ୍ର ଖାଇବା ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ସର୍ବୋତ୍ତମ ହୋଇପାରେ।