ବାହାର ରାଜ୍ୟରେ କୋଭିଡ ପଜେଟିଭ ସଂଖ୍ୟା ବୃଦ୍ଧି ପାଉଛି, କିନ୍ତୁ ଓଡିଶାରେ ଦୈନିକ ସଂଖ୍ୟା ୧୨ ନମ୍ବର ତଳେ ରହିଛି .ତେଣୁ ଡରିବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):  କିଛି ରାଜ୍ୟରେ କୋଭିଡ ପଜେଟିଭ ସଂଖ୍ୟା ବୃଦ୍ଧି ପାଉଛି।  ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇ ହସ୍ପିଟାଲ ଆଡ଼ମିସନ ହୋଇଛନ୍ତି। କୋଭିଡ ଦୈନିକ ସଂଖ୍ୟା 12 ନମ୍ବର ତଳେ ରହିଛି। ରାଜ୍ୟରେ ମୋଟ 53 ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି ବୋଲି  ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଗତକିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଛି। କେରଳ, ମହାରାଷ୍ଟ୍ର, ତାମିଲନାଡୁ, ରାଜ୍ୟସ୍ଥାନରେ ମଧ୍ୟ କିଛି ପଜେଟିଭ କେସ ସାମ୍ନାକୁ ଆସିଛି।

ସାରା ଦେଶରେ 6ହଜାର 300 ଆକ୍ଟିଭ କେସ ରହିଛି । ଓଡ଼ିଶାରେ ସ୍ଥିତି ଭଲ ରହିଛି।  53 ଜଣଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଆଡ଼ମିସନ ହୋଇଛନ୍ତି ଯେଉଁ ରୋଗୀମାନେ ଅନ୍ୟନ୍ୟ ରୋଗରେ ପୀଡିତ ଅଛନ୍ତି ତାଙ୍କ ଉପରେ କୋଭିଡର ପ୍ରଭାବ ଟିକେ ଅଧିକ ପଡିପାରେ।  ତେଣୁ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଉଛି। ଓଡ଼ିଶାରେ ସେଭଳି ଖରାପ ସ୍ଥିତି ନାହିଁ।  ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି ଅଧିକ ଥଣ୍ଡା କାଶ ରୋଗୀମାନଙ୍କର କୋଭିଡ ପରୀକ୍ଷା କରିବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି।

Leave A Reply

Your email address will not be published.