ଦୁଇ ଦିନ ଭିତରେ ରାଜ୍ୟରୁ ସରିଯିବ କୋଭିସିଲ୍ଡ଼ ଟିକା, ଅଧିକ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି:ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁଇ ତିନି ଦିନ ଭିତରେ ରାଜ୍ୟରୁ ସରିଯିବ କୋଭିସିଲଡ଼ ଟୀକା । ସବୁ ଜିଲ୍ଲାରେ ଅଛି କମ ସଂଖ୍ୟକ କୋଭିସିଲଡ଼ ଟୀକା । ଏବେ ରାଜ୍ୟରେ ମାତ୍ର 2 ଲକ୍ଷ 21 ହଜାର ଡୋଜ କୋଭିସିଲଡ଼ ଅଛି । ଯେହେତୁ ପୂର୍ବରୁ ସବୁ ଜିଲ୍ଲାରେ କୋଭିସିଲଡ଼ ଟୀକା ଦିଆଯାଉଥିଲା, ପ୍ରିକସନ ଡୋଜ ଲାଗି ଅଧିକ କୋଭିସିଲଡ଼ ଦରକାର ହେଉଛି ।

ଧୀରେ ଧୀରେ କୋଭିସିଲଡ଼ ଟୀକା ସରିଆସିଲାଣି । କିନ୍ତୁ ରାଜ୍ୟରେ ପ୍ରାୟ 7 ଲକ୍ଷ ଡୋଜ କୋଭାକ୍ସିନ ଟୀକା ମହଜୁଦ ଅଛି । ତେଣୁ ପର୍ଯ୍ୟାପ୍ତ ପରିମାଣର କୋଭିସିଲଡ଼ ଓ କୋଭାକ୍ସିନ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ଠିକ ସମୟରେ ଟୀକା ଯୋଗାଇଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 18ରୁ 59 ବର୍ଷ ବୟସ ବର୍ଗରେ 4 ଲକ୍ଷ 36 ହଜାର ଲୋକ ପ୍ରିକସନ ଡୋଜ ଟୀକା ନେଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବରୁ 1 ଲକ୍ଷ 52 ହଜାର ଜଣ ପ୍ରାଇଭେଟରେ ପ୍ରିକସନ ଡୋଜ ନେଇଥିଲେ । ଏହା ଅର୍ଥ ଗତ 3 ଦିନ ଭିତରେ 18ରୁ 59 ବର୍ଷ ବୟସ ବର୍ଗଙ୍କୁ ପାଖାପାଖି 3 ଲକ୍ଷ ପ୍ରିକସନ ଡୋଜ ଟୀକା ଦିଆଯାଇଛି ।

Leave A Reply

Your email address will not be published.