ଖରାର ପ୍ରକୋପରେ ଅନେକ ରୋଗ ବଢିବା ଆଶଙ୍କା କରାଯାଉଛି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏପରି ଦେଲେ ଚେତାବନୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଖରାର ପ୍ରକୋପ ବଢିବ ସହ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତି ହେଉଛି।ଏହା ପ୍ରଭାବରେ ଅନେକ ରୋଗ ଆଶଙ୍କା ଥିବାକଥା ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଏଭଳି ଆଶଙ୍କାକୁ ନେଇ ଓଡିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟୀ ମହାପାତ୍ର କହିଛନ୍ତି ଖରା ବଢିଲେ ହିଟ ଷ୍ଟୋକ ହେବାର ଆଶଙ୍କା ଅଧିକ। ଖରା ଯୋଗୁ ମଣିଷ ଦେହରୁ ଲବଣ ପଦାର୍ଥ କମିଯାଉଛି ଯାହା ପ୍ରଭାବରେ ଚର୍ମ ଜନିତ ସମସ୍ୟା ସହ ହିଟ ଷ୍ଟୋକ ମଧ୍ୟ ହେବାର ସମ୍ଭାବନା ରହିଛି। ମଲିଙ୍ଗନା ହାଇପୋର୍ଥାର୍ମୀୟ ହେବାର ଆଶଙ୍କା ରହିଛି।ଏହା ଏକ ସାଙ୍ଘାତିକ ରୋଗ। ହିଟ ଷ୍ଟୋକରେ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଯଥେଷ୍ଟ ପ୍ରଭାଦାନ ରହିଛି।କିନ୍ତୁ ଆମେ ଚିକିତ୍ସା ଆଡକୁ ନଯାଇ ପ୍ରିବେନସନ ନେବାର ଆବଶ୍ୟକତା ରହିଛି।ଆମେ କେମିତି ଖରରୁ ରକ୍ଷା ପାଇବା ତାହା ଚିନ୍ତା କରିବା ଦରକାର। କାମ ନଥିଲେ ଅଯଥାରେ ଘର ବହରକୁ ଯିବାନାହିଁ। ଯଦି ନିହାତି ଯିବାର ଆବଶ୍ୟକ ରହିଛି..ତେବେ ସବୁ ପ୍ରୋଟେକ୍ସନ ନେଇକି ଯିବାର ଆବଶ୍ୟକତା ରହିଛି। ସେପଟେ ହିଟ ଷ୍ଟୋକର ରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖନା ଗୁଡିକରେ ହିଟ ଷ୍ଟୋକ ୱର୍ଡ ସ୍ୱତନ୍ତ୍ର ଭାବରେ ରହିଛି।

ମଙ୍କିଫୋକ୍ସର ରୋଗ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଏହି ରୋଗର କିଛି ବି ଲକ୍ଷଣ ରାଜ୍ୟରେ ଦେଖିବାକୁ ମିଳିନି।ଏହା ଏବେ USA ରେ ଦେଖିବାକୁ ମିଳିଛୁ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ବର୍ତମାନ ସୁଦ୍ଧା NCPC ତରଫରୁ ଆମପାଖକୁ କୌଣସି ଚିଠି ଆସିନାହିଁ।

ଟମାଟୋ ଫ୍ଲୁ ଵା ଭାଇରସର ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ନୀତିଗର ଭାବରେ ପବ୍ଲିକ ହେଲଥ ଏକ୍ସପୋର୍ଟ ତରଫରୁ କୌଣସି ନୋଟିସ ଆମେ ପାଇନାହୁଁ। ବର୍ତମାନ ସୁଦ୍ଧା ବିଭିନ୍ନ ମତ ପରିପ୍ରକାଶ ହେଉଛି। ଯୋଉଜାଗରେ ଏହା ଅଧିକ ପରିମାଣରେ ଦେଖା ଦେଇଛି ସେଠାରେ ଏହାର ଭାଇରଲ କଲଚର ପାଇଁ ପାଠଯାଇଛି। କଲଚରର ତଥ୍ୟ ଆସିବା ପରେ ନିଶ୍ଚିନ୍ତ ଭାବରେ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବ।

Leave A Reply

Your email address will not be published.