ଓଡ଼ିଆ ନ୍ୟୁଜ୍: କିଶୋରୀଙ୍କୁ ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା।୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି।ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍, ଆସିଛି ସ୍ବତନ୍ତ୍ର ଗାଇଡଲାଇନ୍।୨୦୨୬-୨୭ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ।୩୧୧ କୋଟି ଖର୍ଚ୍ଚ ହେବ, ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ।
ସାରା ଦେଶରେ ଆସନ୍ତା ଫେବ୍ରୁଆରୀ ୨୮ରେ ଏନେଇ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ମଧ୍ୟ ଏନେଇ କାର୍ଯ୍ୟକ୍ରମ ହାତକୁ ନେବେ ରାଜ୍ୟ ସରକାର । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିବେ । ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଦିଆଯିବ । ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନୋଟି ଡୋଜ୍ ଦିଆଯିବ । ଭାରତ ସରକାର ଏ ନେଇ ଗାଇଡଲାଇନ ଆଣିଛନ୍ତି । ୨୦୨୬-୨୭ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ । ଏଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।