ସ୍କୁଲ ରୋଷେଇ ପାଣିରୁ ଜଣ୍ଡିସ୍‌: ସ୍ବାସ୍ଥ୍ୟ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନିୟନ୍ତ୍ରଣରେ ଅଛି ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ୍ ସ୍ଥିତି।ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ସ୍କୁଲ ରୋଷେଇ ଘର ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା।ସେହି ପାଣିରୁ ଜଣ୍ଡିସ୍ ବ୍ୟାପିଥିଲା, ପାଣି ରିପୋର୍ଟ ଆସିବା ପରେ ଜଣାପଡ଼ିଛି। ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣରେ ଅଛି, ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି।  ସେ କହିଛନ୍ତି ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ଜଣାପଡିଛି । ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେଣୁ ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । ‘ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.