ତତଲା କଡେଇରେ ଭାଜି ହେଉଛି ଓଡିଶା, ମୌସୁମୀ ଖେଳୁଛି ଲୁଚକାଳି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ପ୍ରଭାବ ସହ ଗୁଳୁଗୁଳି ଅନୁଭୂତ ହେଉଛି।କେରଳରେ 29 ତାରିଖରେ ମୌସୁମୀ ଛୁଇଁଥିବା ବେଳେ ଓଡ଼ିଶାରେ ଏପର୍ୟ୍ଯନ୍ତ ପ୍ରାକମୌସୁମୀ ବର୍ଷା ଆରମ୍ଭ ହୋଇନି।ଜୁନ 11 ରୁ 15 ତାରିଖ ମଧ୍ୟରେ ମୌସୁମୀ ଓଡିଶା ଛୁଇଁପରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ରାଜ୍ୟରେ ଜୁନ ପହିଲାରୁ 7 ତାରିଖ ମଧରେ 7.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷାଠାରୁ 73 ପ୍ରତିଶତ କମ ବର୍ଷା।

 

ଗତକାଲି ପଶ୍ଚିମ ଓଡ଼ିଶାରେ 8 ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି।ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 42.5 ଡିଗ୍ରୀ ରେକର୍ଡ ହୋଇଛି… ସେହିଭଳି 2 ଦିନ ପୂର୍ବରୁ 18 ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଗକୁ ଆହୁରି 2 ଦିନ ଏଭଳି ତାପମାତ୍ରା ରହିବ।ଏହାକୁ ଲକ୍ଷ କାରି 10 ତାରିଖ ପର୍ଯନ୍ତ ପଶ୍ଚିମ ଓଡ଼ିଶାରେ ହିଟ ୱବର ସମ୍ଭାବନା ରହିଛି ।ଆଜି ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀରି, ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜରିକରାଯାଇଛି… ଏହି ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ୱାଭାବିକ ଠାରୁ 4.5 ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି।ରାଜ୍ୟସ୍ଥାନ, ଗୁଜୁରାଟ ଓ ଛତିଶଗଡରେ ଗ୍ରୀଷ୍ମପ୍ରଭାବ ଲାଗିରହିଛି।ସେ ଅଂଚଳରୁ ଓଡିଶା ମଧ୍ୟକୁ ଗ୍ରୀଷ୍ମ ବାୟୁ ପ୍ରବେଶ କରୁଛି ତାସହ ଉପକୂଳ ଅଂଚଳରେ ଜଳିଅବାଷ୍ପ ଅଧିକ ରହୁଥିବା କାରଣରୁ ଉପକୂଳ ଓଡ଼ିଶାରେ ଅଧିକ ଗୁଲୁଗୁଲୁ ଅନୁଭୂତ ହେଉଛି।ଓଡିଶା ବାୟୁମଣ୍ଡଳର 2.1 କିଲୋମିଟର ଉପରେ ଏହି ଉଷ୍ମ ବାୟୁ ରହିଥିବା କାରଣରୁ ଆଦ୍ରତା ଅଧିକ ରହୁଛି ଏହା ପ୍ରବବାରେ ପ୍ରାକମୌସୁମୀ ବର୍ଷାରେ ବିଳମ୍ବ ହେଉଛି।

Leave A Reply

Your email address will not be published.