ତିନିଦିନ ଜାଳିବ

0

ଓଡ଼ିଆ ନ୍ୟୁଜ୍: ତିନି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଟପିଛି । ଆଗକୁ ତିନି ଦିନ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।ଗୁରୁବାର ରାଜ୍ୟର ବହୁ ସ୍ଥାନରେ ପ୍ରବଳ ଖରା ସହ ତାତି ଅନୁଭୂତ ହୋଇଥିଲା ।

ବାହାରକୁ ବାହାରିଲେ ଗରମ ଝାଞ୍ଜି ପବନ ବାଜୁଥିଲା । ଦେହ ପୋଡ଼ି ପକାଇବା ଭଳି ଅନୁଭବ ହେଉଥିଲା । ଅପରାହ୍ନ ୪ଟା ଯାଏ ଗରମ ସ୍ଥିତିରେ ସୁଧାର ଆସିନଥିଲା । ପରେ ଗରମ ହାୱାରୁ ଆଶ୍ୱସ୍ତି ମିଳିଥିଲା । ଆଗକୁ ବି ଗ୍ରୀଷ୍ମପ୍ରବାହ ସ୍ଥିତି ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୦.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ୩୯.୨, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୯, ଭୁବନେଶ୍ୱରରେ ୩୮.୬, ରାଉରକେଲାରେ ୩୮.୪, ଟିଟିଲାଗଡ଼ ଓ ତାଳଚେରରେ ୩୮ ଡିଗ୍ରୀ ଥିଲା ।

Leave A Reply

Your email address will not be published.