ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ବର୍ଷକୁ ସ୍ବାଗତ କରିବାକୁ ବିଭିନ୍ନ ଦେବାଦେବୀ ପୀଠରେ ଆଜି ଭୋରରୁ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି।ଘସିପୁରା ବ୍ଲକ ଦେଓଗାଁ ର ପ୍ରସିଦ୍ଧ ଶୈବପୀଠ କୁଶଳେଶ୍ବର ମହାଦେବ ଏବଂ ନୂଆପଡାର ଜଗନ୍ନାଥ ମନ୍ଦିରରେ ବଡି ଭୋରରୁ ଅସମ୍ଭାଳ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି |ଏପରିକି ପ୍ରସିସ୍ଥ ଜାଗର ମେଳା କିମ୍ବା ରଥଯାତ୍ରା ସମୟରେ ହେଉଥିବା ଗହଳି ଠାରୁ ଶ୍ରଦ୍ଧାଳୁଙ୍କ ସଂଖ୍ଯା ଢେର ଅଧିକ ଥିବା ପ୍ରତ୍ଯକ୍ଷଦର୍ଶି ପ୍ରକଶ କରିଛନ୍ତି | ଅତ୍ଯଧିକ ଜନସମାଗମ ଯୋଗୁଁ ଗାଡି ମଟର ପାର୍କି ପାଇଁ ସମସ୍ଯା ଦେଖା ଯାଇଥିଲା |
ଫଳରେ ନୂଆପଡା ଠାରୁ ଦେଓଗାଁ ରାଘବପୁର ପର୍ଯ୍ଯନ୍ତଶ୍ରୀଦୁଇ କିଲୋମିଟର ରାସ୍ତାରେ ଦିନ ୧୨ ପର୍ଯ୍ଯନ୍ତ ଗାଡି ଗୁଡିକ ଅଟକି ରହି ଯାତାୟତରେ ଘୋର ବ୍ଯାଘାତ ସୃଷ୍ଠି କରିଥିଲା।ରାସ୍ତା ଜାମ୍ ଯୋଗୁଁ ଆମ୍ବୁଲାନ୍ସ ମଧ୍ଯ ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖିବାକୁ ମିଳିଥିଲା ।ପୋଲିସ ପ୍ରଶାସନ ପକ୍ଷରୁ ଯାନ ବାହାନ ନିୟନ୍ତ୍ରଣ ପାଇଁ ସଠିକ ପରିଚାଳନା ବ୍ଯବସ୍ଥା କରାଯାଇ ନଥିବାରୁ ଏଭଳି ସମସ୍ଯା ଉପୁଜିଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଥିଲେ।ସେପଟେ କୁଶଳେଶ୍ବର ମହାଦେବଙ୍କ ଦିବ୍ଯ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମଧ୍ଯହ୍ନ ୧୨ ଟା ସମୟରେ କୁଶଳେଶ୍ବରଙ୍କ ଦେବନୀତି ଚାଲିଥିବା ସମୟରେ ଏକ ଅଭାବନୀୟ କାଣ୍ତ ଘଟିଥିଲା |
ଜଣେ ଶ୍ରଦ୍ଧାଳୁ ମହିଳା ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିବା ସମୟରେ ହଠାତ ଟଳି ପଡିଥିଲେ | ସଙ୍ଗେ ତାଙ୍କୁ ଉଦ୍ଧାର କରି ପାଣି ଛିଞ୍ଚନ ପରେ ତାଙ୍କ ଶରିରରେ ଦେବୀ ସବାର ହୋଇଥିବା ଜଣାପଡିଥିଲା | କିଛି ସମୟ ପାଇଁ ମନ୍ଦିର ପରିସର ହରିବୋଲ ହୁଳହୁଳି ଧ୍ବନୀରେ ମନ୍ଦିର ପରିବେଶ ରେ ପ୍ରକମ୍ପିତ ହୋଇଥିଲା।ପରେ ପୂଜକ ଦୀପ ଧୂପ ବନ୍ଦାପନା କରିବା ପରେ ଯୁବତୀ ଜଣଙ୍କ ସାଷ୍ଟାଙ୍ଗ ହୋଇଥିଲେ।ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଏଭଳି ଅଲୌକିକ କାଣ୍ତ ଘଟିଥିବା ରୁ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍କଣ୍ଠା ଏବଂ ଧାର୍ମିକ ଭାବ ଜାଗ୍ରତ ହୋଇଥିଲା।