ଓଡିଆ ନ୍ୟୁଜ୍(ବ୍ୟୁରୋ): ସାରା ରାଜ୍ୟ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗୋଟିଏ ଦୁଇଟି ଯାଗାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି। ଢେଙ୍କାନାଳ ର ଭୂବନ ଠାରେ ସର୍ବାଧିକ ବର୍ଷା ୧୪୦ ମିଲିମିଟର ରେକର୍ଡ଼ କରାଯାଇଛି। ବରଗଡ ର ଅତାବିରା ଠାରେ ୧୧୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ମୟୁରଭଞ୍ଜର ସୁଲିଆପଡା ରେ ୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୧ ଜୁନ୍ କୁ ୨୫ ଜୁନ୍ ଭିତରେ ୧୧୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ହେବା କଥା ୧୬୫.୫ ମିଲିମିଟର ସ୍ବାଭାବିକ ବର୍ଷା। ସ୍ବାଭାବିକ ଠାରୁ ୩୨ ପ୍ରତିଶତ କମ୍। ୧୬ ଜୁନ୍ ରୁ ୨୫ ଜୁନ୍ ଯାଏଁ ବର୍ଷା ସ୍ବାଭାବିକ ରହିଛି। ୯୧.୩ ମିଲିମିଟର ବର୍ଷା ହୋଇଛି ଏହି ସମୟ ଭିତରେ। ୮୬.୩ ହେଉଛି ସ୍ବାଭାବିକ ବର୍ଷା।
୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ଯାଏଁ ରାଜ୍ଯ ର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ୨୭ ରୁ ବର୍ଷା କମ୍ ହେବ। ଆସନ୍ତା ୨୪ ଘଣ୍ଟା ରେ ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ, କେଉଁଝର, ମୟୁରଭଞ୍ଜ, ନୂଆପଡା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି , କୋରାପୁଟ, ରାୟଗଡା, ଗଜପତି ଜିଲ୍ଲା ରେ ପ୍ରବଳ ବର୍ଷା ହେବ। ଭୂବନେଶ୍ୱର ରେ ପାଗ ମେଘୁଆ ରହିବ।