ଓଡିଆ ନ୍ୟୁଜ୍(ବ୍ୟୁରୋ): ଆକାଶରେ କଳା ହାଣ୍ଡିଆ ମେଘ । ରାଜ୍ୟରେ ଲଘୁଚାପ ପ୍ରଭାବରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଅନ୍ୟପଟେ ଅଧିକ ଘନେଇବାରେ ଲାଗିଛି ବଙ୍ଗୋପସଗରରେ ସୃଷ୍ଟ ଲଘୁଚାପ।ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ରେ ସୁଦୃଶ ଲଘୁଚାପ ରେ ପରିଣତ ହୋଇଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ର ରୂପ ନେବ। ଫଳରେ ୧୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ତେଣୁ ଆଜି ଏବଂ ଆସନ୍ତା କାଲି ହେବ ପ୍ରବଳ ବର୍ଷା । ୧୦ ଜିଲ୍ଲାକୁ ୭ରୁ ୨୦ସେମି ବର୍ଷା ବା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱର୍ଣିଁ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ। ସେହିସବୁ ଜିଲ୍ଲା ଗଜପତି, ଗଞ୍ଜାମ, କଳାହାଣ୍ଡି, କଂଧମାଳ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, କୋରାପୁଟ, ବୌଦ୍ଧ, ନୟାଗଡ଼ ରେ ପ୍ରବଳ ବର୍ଷବ, ଏଥିସହ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୧୬ଜିଲ୍ଲାକୁ ୟଲୋ ୱର୍ଣିଂ ଜାରି କରାଯାଇଛି।ଏହାର ପ୍ରଭାବରେ ପାହାଡିଆ ଅଞ୍ଚଳ ରେ ଭୂସ୍ଖଳନ ,ତଳିଆ ଅଞ୍ଚଳରେ ପାଣି ଜମିବା ଓ ସହରାଞ୍ଚଳ ଗୁଡ଼ିକରେ ପାଣି ଜମିବାର ସଂବାବନା ରହିଛି । ଏହାସହ ଚାଷୀମାନଙ୍କୁ ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ କୁହାଯାଇଛି।
ସମୁଦ୍ର ଭିତରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ପର୍ଯ୍ୟନ୍ତ ଝଡ ସହ ଝଟକା ପବନ ୬୫ କିମି ବହିବାର ଆଶଙ୍କା ରହିଛି ତେଣୁ ମତ୍ସ୍ୟଜିବୀ ମାନଙ୍କୁ ଆଜି ଠାରୁ ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ।ସେହିପରି ଆଭ୍ୟନ୍ତରୀଣ ଓଡିଶାକୁ ଯେତେବେଳେ ଲଘୁଚାପ ଟି ଗତିକରିବା ସେତେବେଳେ ଯଦିଓ ଲଘୁଚାପର ପ୍ରଭାବ କମ ରହିବ । ତଥାପି ୮ ଜିଲ୍ଲାକୁ ଅରେଞ୍ଚ ୱାର୍ଣ୍ଣିଙ୍ଗ ସହ ୧୬ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରିକରଯାଇଛି। ଦୁଇ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ରହିଥିବା ବେଳେ ୧୩ ତାରିଖ ବେଳକୁ ପାଗରେ ସାମାନ୍ୟ ସୁଧାର ଆସିବା ବୋଲି କହିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ବର୍ଷା ଜାରିରହିଥିବା ବେଳେ ଗଜପତିରେ ମହେନ୍ଦ୍ର ପଡ଼ାରେ ସର୍ବାଧିକ ୧୧୭ .୪ ମିମି ବର୍ଷ ରେକର୍ଡ କରାଯାଇଛି ।ରାଜ୍ୟ ରେ ଚଳିତ ବର୍ଷ ଜୁନ 1 ରୁ ୧୦ ସେପ୍ଟେମ୍ବର ମଧ୍ୟରେ ୧୦୩୩.୭ମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ 2 ପ୍ରତିଶତ ଅଧିକ ।୨୪ ଜିଲ୍ଲା ରେ ସ୍ବାଭାବିକ ବର୍ଷା ହୋଇଛି, ଭଦ୍ରକ ଜିଲ୍ଲା ରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ, ୫ ଜିଲ୍ଲା ରେ ସ୍ବାଭାବିକ ବର୍ଷା ଠାରୁ ଅଧିକ ବର୍ଷା ହୋଇଛି । ୧୭ରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ସେପ୍ଟେମ୍ବର ମାସରେ ପ୍ରତି ସପ୍ତାହରେ ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର । ଯାହା ଆକଳନ କରିଛି ପାଣିପାଗ ବିଭାଗ।