ଓଡ଼ିଆ ନ୍ୟୁଜ୍: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବର୍ଷା ସହ ପବନ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଛି । ହେଲେ ବର୍ଷା ହେତୁ ସ୍ଥିତି ଏମିତି ହୋଇଛି କି, ଲୋକେ ଅଫିସ ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହିତ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ପାଗ ଯୋଗୁଁ, ୪୦ ରୁ ଅଧିକ ବିମାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦୦ ବିମାନ ବିଳମ୍ବ ନେଇ ଘୋଷଣା ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ରାଜଧାନୀ ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ୭୦-୮୦ କିଲୋମିଟର ବେଗରେ ପ୍ରବଳ ପବନ ସହିତ ପ୍ରବଳ ବର୍ଷା ଏବଂ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି।