ଓଡ଼ିଆ ନ୍ୟୁଜ୍: ଲଗାଣ ବର୍ଷା ଯୋଗୁ ଉବୁଟୁବୁ ଦିଲ୍ଲୀ। ଚାରିଆଡ଼େ ଜଳବନ୍ଦୀ ସ୍ଥିତି। ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଯୋଗୁ ଲୋକେ ନାକେଦମ । ରାଜଧାନୀ ଦିଲ୍ଲୀର ହରିନଗରରେ ଶନିବାର ବର୍ଷା ସମୟରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ବଡ଼ ଦୁର୍ଘଟଣା ଘଟିଛି। ଜୈତପୁର ଥାନା ଅନ୍ତର୍ଗତ ହରିନଗରର ବାବା ମୋହନ ରାମ ମନ୍ଦିର ନିକଟରେ ଥିବା ସମାଧି ସ୍ଥଳର କାନ୍ଥ ଭୁଶୁଡ଼ି ପଡ଼ିଛି। ଯାହା ତଳେ ପ୍ରାୟ ଆଠ ଜଣ ପୋତି ହୋଇଗଲେ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଦୁର୍ଘଟଣାରେ ଆଠ ଜଣଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଦୁଇ ଜଣ ମହିଳା, ଦୁଇ ଜଣ ଝିଅ ଏବଂ ଜଣେ ପୁଅ ଅଛନ୍ତି। ସାତ ଜଣଙ୍କର ମୃତ୍ୟୁ ପରେ ଜଣେ ଆହତ ହସିବୁଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ଦେଇ ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଜୈତପୁର ଦୁର୍ଘଟଣାରେ ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି767u7