ଆସନ୍ତାକାଲି ଗଭୀର ଅବପାତ ପ୍ରଭାବରେ କାଚିବ ବର୍ଷା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଗଭୀର ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ।  ଏହାର ପ୍ରଭାବରେ ଗତ କାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା । ତେବେ ଆଜି ଅର୍ଥାତ୍ ମଙ୍ଗଳବାର ଏହି ଅବପାତ ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଜାରି ରହିଛି । ଏହା ଆଜି ଅପରାହ୍ଣ ସାଢେ ୫ଟା ସୁଦ୍ଧା ଏହା ବାଂଲାଦେଶର ଖେପୁପାରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ।

ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ସାମାନ୍ୟ ଦୁର୍ବଳ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ପ୍ରବେଶ କରିବ ଏ ପ୍ରବଳ ବର୍ଷା କରାଇବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।ଏହି ଗଭୀର ଅବପାତ ଆଜି ସକାଳ ସାଢେ ୧୧ ଟା ସୁଦ୍ଧା ପଶ୍ଚିମବଙ୍ଗର ଦୀଘାଠାରୁ ୩୩୦ କିଲୋମିଟର ପୂର୍ବରେ ଓ ବାଂଲାଦେଶର ଖେପୁପାରାର ୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଥିଲା ।

ଏହା ଧୀରେ ଧୀରେ ଖେପୁପାରା ଆଡ଼କୁ ଅଗ୍ରସର ହେଉଛି ଓ ଅପରାହ୍ଣ ସାଢେ ୫ଟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମେରିକାର ଜଏଣ୍ଟ ଟାଇଫୁନ ଓ୍ବାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲୁସି) ପକ୍ଷରୁ ଏହାକୁ ଏକ ବାତ୍ୟା ବୋଲି କୁହାଯାଇଛି । ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ଓ ୭୫ କିଲୋମିଟର ବେଗରେ ଝଟକା ଦେବାର ସମ୍ଭାବନା ଥିବା ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.