ହାତରେ ପ୍ରଚାର ପାଇଁ ଖୁବ୍‌ କମ୍‌ ଦିନ : ଭୁବନେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ହେଭି ୱେଟ ନେତା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ହାତରେ ପ୍ରଚାର ପାଇଁ ଖୁବ୍‌ କମ୍‌ ଦିନ ଥିବାରୁ ବିଭିନ୍ନ ଓ୍ଵାର୍ଡ ବୁଲି ଲୋକଙ୍କ ମନ ଜିଣିବାକୁ ଜୋରଦାର କସରତ କରୁଛନ୍ତି ପ୍ରାର୍ଥୀ । ରୋଡ୍‌ ଶୋ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଭୁବନେଶ୍ୱର ୨୯ ନମ୍ବର ଓ୍ଵାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଏ. ରାଜୁ । ସେହିଭଳି ୬୨ ନମ୍ବର ଓ୍ଵାର୍ଡ ପ୍ରାର୍ଥୀ ଚାରୁଲତା ସାମନ୍ତରାୟ ମଧ୍ୟ ବୁଲିବୁଲି ଲୋକଙ୍କଠୁ ଭୋଟ ଭିକ୍ଷା କରୁଛନ୍ତି ।

୧୧ ନମ୍ବର ଓ୍ଵାର୍ଡରେ ଜୋରଦାର ରାଲି କରିଛି ବିଜେପି । ରୋଡ଼ ସୋ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ । ଏହି ରାଲିରେ ଉପସ୍ଥିତ ରହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ଜିଲା ସଭାପତି ବାବୁ ସିଂ , ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ସମେତ ବହୁ ହେଭିୱେଟ ନେତା । ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ମେୟର ପାର୍ଥୀ । ବସ୍ତି ବାସିନ୍ଦାଙ୍କୁ ମୌଳିକ ଅଧିକାର, ବିଭିନ୍ନ ୱାର୍ଡରେ ଭଲ ଶିକ୍ଷା, ଭଲ ରାସ୍ତା, ଉଠା ଦୋକାନୀଙ୍କୁ ଥଇଥାନ ଭଳି ୪ଟି ମୁଦା ନେଇ ଲୋକଙ୍କ ପାଖରେ ପହଞ୍ଚିଛି ବିଜେପି ।

 ସେପଟେ କଂଗ୍ରେସ୍‌ ମଧ୍ୟ ଜୋର୍‌ କରିଛି ପ୍ରଚାର । ବିଭିନ୍ନ ବସ୍ତି , ମାର୍କେଟ, ୱାର୍ଡ ସମେତ ବିଭିନ୍ନ ପାର୍କରେ ବୁଲି ଜିଣୁଛନ୍ତି ଭୋଟରଙ୍କ ମନ । କୌଣସି ରାଲି, ରୋଡ ଶୋ, ଷ୍ଟାର ପ୍ରଚାରକ କିମ୍ବା ଲଢେଇରେ ବିଶ୍ଵାସ କରୁନି ବୋଲି କହିଛନ୍ତି କଂଗ୍ରେସ୍‌ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ । କଂଗ୍ରେସ ଏକ ବ୍ରାଣ୍ଡ ଓ ସେ ନିଜେ ଷ୍ଟାର ବୋଲି କହିଛନ୍ତି । ଲୋକଙ୍କ ସେବା କରିବାକୁ ମେୟର ପ୍ରାର୍ଥୀ ଭାବେ ଠିଆ ହୋଇଛି । ଥରେ ସୁଯୋଗ ଦିଅନ୍ତୁ ପତିଶୃତି ରଖିବି, ଲୋକଙ୍କ ସେବା କରିବି ବୋଲି କହିଛନ୍ତି ମଧୁସ୍ମିତା ।

Leave A Reply

Your email address will not be published.