ହେଲିକପଟର ଦୁର୍ଘଟଣା, 7 ମୃତ

0

ଓଡ଼ିଆ ନ୍ୟୁଜ୍: ପୁଣି ବଡ଼ ଦୁର୍ଘଟଣା। ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । । ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ ୭ ମୃତ । କେଦାରନାଥ ନିକଟ ଗୌରୀକୁଣ୍ଡରେ ଦୁର୍ଘଟଣା ହେଲିକପ୍ଟରରେ ଥିବା ୭ ଜଣଙ୍କ ମୃତ୍ୟୁ । ପାଇଲଟକୁ ମିଶାଇ ହେଲିକପ୍ଟରରେ ଥିଲେ ୭ ଯାତ୍ରୀ । ଖରାପ ପାଗ ପାଇଁ ହେଲିକପ୍ଟର କ୍ରାସ ଅନୁମାନ । ମିଳିଥିବା ସୂଚନା ଅନୁଯାୟୀ ଆର୍ୟନ କମ୍ପାନୀର ହେଲିକପ୍ଟର କ୍ରାସ୍ ହୋଇଛି । ଏହି ଦୁର୍ଘଟଣା ଗୌରୀକୁଣ୍ଡ ଏବଂ ତ୍ରିଜୁଗୀନାରାୟଣ ନାରାୟଣ ମଧ୍ୟରେ ଘଟିଛି ।

ତେବେ ପାଗ ଖରାପଥିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି ।ଡେରାଡୁନରୁ କେଦାରନାଥ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ କ୍ରାସ୍ ହୋଇଛି । ଘଟଣା ପରେ NDRF ଏବଂ NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି।

Leave A Reply

Your email address will not be published.