ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାତ୍ୟା ପାଇଁ ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି, ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ।
ବାତ୍ୟାର ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ସରକାର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଏକ ‘SATRAK app’ କରିଛନ୍ତି। ଯାହା OSDMA ପକ୍ଷରୁ ଏହି ଆପଟିକୁ କରାଯାଇଛି। ଏହି ଆପଟି ODRF, NDRFକୁ ସାହାଯ୍ୟ କରିବ। ବାତ୍ୟାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷୟ କ୍ଷତି ଅଧିକ ହୋଇପାରେ।
ସେହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନିରାପଦ ସ୍ଥାନକୁ ପଳାଇ ଆସନ୍ତୁ। ୫୫୦ରୁ ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଛି। ଆହୁରି ବାତ୍ୟା ଆଶ୍ରୟ ସ୍ଥଳୀ କରାଯିବ। ଆମପାଖରେ ସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ରହିଛି। କୌଣସି ଜିନିଷର ଅଭାବ ନାହିଁ। ଏହି ବାତ୍ୟାରେ କାହାର କିଛି କ୍ଷୟକ୍ଷତି ନ ହଉ। ପଶୁଟିଏ ହେଉ ମଧ୍ୟ ତାର ଜୀବନ ନଯାଉ। ଏଣେ ଦଳ ପକ୍ଷରୁ ବାତ୍ୟା ନେଇ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି ହୋଇଛି।