ଭୁଲ ମାଗିଲେ ହେମା ମାଳିନୀ , ଜାଣନ୍ତୁ କାହିଁକି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଅଭିନେତ୍ରୀ ହେମା ମାଳିନୀ ଭୁଲ ମାଗିଛନ୍ତି। ବିହୁ ଆସାମର ସବୁଠାରୁ ବଡ ପର୍ବ ଏବଂ ଏହି ପର୍ବ ପ୍ରତିବର୍ଷ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ପଡେ ବୋଲି ଆମେ ସମସ୍ତେ ଜାଣନ୍ତି । ଏହି ପର୍ବ ଅମଳ ସମୟର ଆରମ୍ଭକୁ ଚିହ୍ନିତ କରେ । ଚଳିତବର୍ଷ ଏହା ଏପ୍ରିଲ୍‌ ୧୪ରୁ ୨୦ ମଧ୍ୟରେ ପାଳନ କରାଯାଉଛି । ତେବେ ଏହାକୁ ନେଇ ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରି ସଭିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ହେମା ମାଳିନୀ ଭୁଲ୍‌ବଶତଃ ବିହୁକୁ ଆସାମର ପରିବର୍ତ୍ତେ ବିହାରର ପର୍ବ ବୋଲି ଲେଖି ଦେଇଥିଲେ ।

ଯାହାକୁ ନେଇ ତାଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଟ୍ରୋଲ୍‌ କରିବା ଆରମ୍ଭ କରିଥିଲେ । ଏବେ ସେ ନିଜର ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି । ସେ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୁଁ ବିହୁକୁ ବିବାହରର ପର୍ବ ବୋଲି ଭୁଲ୍‌ରେ ଲେଖିଛି । ବାସ୍ତବରେ ଏହା ଆସାମର ପର୍ବ । ଦୁଃଖିତ।’ ହେମା ବିହୁକୁ ବିହାରର ପର୍ବ ବୋଲି ଲେଖିବା ପରେ ଅନେକ ବ୍ୟବହାରକାରୀ ଭିନ୍ନ ମନ୍ତବ୍ୟ ଦେଇଥିଲେ ।

ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଆପଣ ସଂପୂର୍ଣ୍ଣ ଭୁଲ୍‌ ମ୍ୟାଡାମ୍‌, ବିହୁ କେବଳ ଆସାମର । ଉତ୍ତର-ପୂର୍ବ ଅଞ୍ଚଳ ବିଷୟରେ ଦୟାକରି ନିଜର ଜ୍ଞାନ ବୃଦ୍ଧି କରନ୍ତୁ ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଏହି ପୋଷ୍ଟ୍‌ ପରେ ବିହୁ ପର୍ବକୁ ବିହାରରେ ପାଳନ ପାଇଁ ବାଧ୍ୟତାମୂଳକ କରାଗଲା ।’ ଏହାପରେ ହେମା ଭୁଲ ମାଗିଛନ୍ତି ।

Leave A Reply

Your email address will not be published.