ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ବେଳେ ଧରାପଡ଼ିଲେ।ଘଣ୍ଟି ଦ୍ବାର ନିକଟରେ ସମ୍ପୃକ୍ତ ବ୍ୟକ୍ତିକୁ ଧରିଲା ଜେଟିପି।ସିଂହଦ୍ଵାର ଥାନାରେ ଅରୁଣ ଦାସ ନାମକ ବ୍ୟକ୍ତି ଅଟକ।ପୁଣି ଚଷମାରେ ସ୍ପାଏ କ୍ୟାମେରା ଲଗାଇ ବଡଦେଉଳକୁ ପଶିଛନ୍ତି ଭକ୍ତ । ପୁଲିସ କୋଲକାତାର ଜଣେ ବ୍ୟକ୍ତିଙ୍କୁ ଅଟର ରଖି ପଚରାଉଚରା କରିଛି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଏସଓପି ଜାରି କରାଯିବ ବୋଲି ପୁରୀ ଏସ୍ପି କହିଛନ୍ତି ।
ଏହା ଏକ ରେକର୍ଡିଂ ଡିଭାଇସ୍ ବୋଲି ଚିହ୍ନଟ କରିଛି ପୋଲିସ୍ । କଲିକତାର ଅରୂପ ରୟ ଏହି ସ୍ପାଏ କ୍ୟାମେରା ଧରି ମନ୍ଦିର ଭିତରେ ପଶିଥିଲେ । ଗତକାଲିଠାରୁ କୋଲକାତାରୁ ଆସି ଏକ ହୋଟେଲରେ ରହୁଥିଲେ ଅରୂପ । ଶ୍ରୀମନ୍ଦିର ଭିତରେ କ୍ୟାମେରା ଯୁକ୍ତ ଚଷମା ନେଇ ଭିତରେ ପଶିଥିବା ସମୟରେ ଧରିଥିଲେ JTP । ଶ୍ରୀମନ୍ଦିର ଆଇନ୍ ସେକ୍ସନ ୩୦ ଅନୁସାରେ ତାଙ୍କ ବିରୋଧରେ ଆକ୍ସନ ନେବ ପୋଲିସ୍ ।