ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବ ସୁନ୍ଦରଗଡ଼ର କୋଟିପତି ADMଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁଚର୍ଚ୍ଚିତ ସୁନ୍ଦରଗଡ଼ର କୋଟିପତି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ବିଶ୍ବଜିତ ମହାପାତ୍ରଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ମଞ୍ଜୁର କରିଛନ୍ତି। ଫେବୃଆରୀ ୧୧ ଓ ୧୨ ତାରିଖରେ ଏଡିଏମ୍‌ ଶ୍ରୀ ମହାପାତ୍ରଙ୍କର ୭ଟି ଜାଗାରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ନଗଦ ୩ଲକ୍ଷ ୫୨ ହଜାର ଟଙ୍କା ମିଳିଥିଲା।  ମିଚୁଆଲ ଫଣ୍ଡ ସହ ଅନେକ ଜାଗାରେ ଟଙ୍କା ଲଗାଣର ପ୍ରମାଣ ମିଳିଥିଲା ୨.୫ କୋଟିରୁ ଅଧିକ ସମ୍ପତ୍ତି ବିଭିନ୍ନ ସ୍ଥାନରେ ଜମା ରାଶି ଠାବ ହୋଇଥିଲା।

ଭୁବନେଶ୍ବର ଉପକଣ୍ଠ ନହରକଣ୍ଟାରେ ଘର, ଆସିଆନା ପ୍ଲାଟ, ଭୁବନେଶ୍ଵର ଓ ଜଗତସିଂହପୁରରେ ୧୦ଟି ପ୍ଲଟ ଥିବା ସୂଚନା ମିଳିଥିଲା। ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଓଡିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢଉ କରିଥିଲା। ଶ୍ରୀ ମହାପାତ୍ରଙ୍କ ଘରେ ଚଢ଼ଉ ସମୟରେ ଭିଜିଲାନ୍ସ ବିଭାଗକୁ ୪୫୦ ଗ୍ରାମ ସୁନା, ଗୋଟିଏ ସିମେଣ୍ଟ ଗୋଦାମ ଠାବ କରିଥିଲା। ଏହି ଅଭିଯୋଗକ୍ରମେ ତାଙ୍କୁ ଫେବ୍ରୁଆରୀ ୧୩ରେ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲା।

Leave A Reply

Your email address will not be published.