ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା କଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ)  ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକସୋ ଆଡହକ ଫାଷ୍ଟଟ୍ରାକ କୋର୍ଟ। ୨୦୧୮ ଅଗଷ୍ଟ ୧୨ ତାରିଖରେ ଜଗତପୁର ନିମପୁରରେ ଘଟିଥିଲା ଏହି ଦୁଷ୍କର୍ମ।

୧୨ ବର୍ଷର ନାବାଳିକା ଘରେ ଏକା ଥିବା ବେଳେ ଘରେ ପଶି ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା ଦୋଷୀ। ଏହି ଘଟଣାରେ ଅଭିଯୁକ୍ତ ତୋଫାନ କୁମାର ଜେନାକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ୧୪ ଟି ତଥ୍ୟ ପ୍ରମାଣ ଓ ୧୬ ଜଣ ସାକ୍ଷୀଙ୍କ ବୟାନ କୁ ଆଧାର କରି ଏହି ନିର୍ଦ୍ଦେଶ। ପିଡ଼ିତା ନାବାଳିକା କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ପିଡ଼ିତାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବ୍ୟାଙ୍କରେ ଏହି ଟଙ୍କା ଫିକ୍ସ ଡିପୋଜିଟ ହୋଇ ରହିବ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପିପି ବିଶ୍ୱଜିତ ରାୟ।

Leave A Reply

Your email address will not be published.