ହାଇକୋର୍ଟଙ୍କ ନିର୍ଦ୍ଦେଶ, ପାରାଦ୍ବୀପ ବନ୍ଦରରୁ ଜାହାଜକୁ ଗିରଫ କର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଯାହଜ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଗିରଫ ନିର୍ଦ୍ଦେଶନାମା ସହ କୋର୍ଟର ମାର୍ଶାଲଙ୍କ ଚିଠିକୁ ମଧ୍ୟ ଆବେଦନକାରୀ ପ୍ରତିପକ୍ଷଙ୍କୁ ପ୍ରଦାନ କରିବେ । ଭଡା ବାବଦକୁ ଏମଭି ଦେବୀ ଜାହାଜ ଉପରେ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ବକେୟା ରହିଛି । ଏଥିରେ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଥିବା ବେଳେ ୫୦ ଲକ୍ଷ ଟଙ୍କାର ଆଇନଗତ ଖର୍ଚ୍ଚ ରହିଥିବା କୋର୍ଟଙ୍କୁ ଜଣାଇଥିଲା ଆବେଦନକାରୀ ସଂସ୍ଥା ।

ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖ ରାତିରେ ଏହି ଜାହଜରୁ ୨୨ ଟି ପ୍ୟାକେଟ କୋକେନ ଜବତ ହୋଇଥିଲା ।ତେବେ ଏମ ଭି ଦେବୀ ଜାହଜରୁ ପ୍ରାୟ ୭ କୋଟି ୯୫ ଲକ୍ଷ୍ୟ ଟଙ୍କାର ପ୍ରାପ୍ୟ ପାଇବାର ଅଛି ବୋଲି ଦାବି କରି ପାରାଦ୍ୱୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା । ଆବେଦନାକାରୀ ଦର୍ଶାଇଥିଲେକି, ବର୍ଥ ଭଡା, ଜରିମନା, ସୁଧ, ଆଇନଗତ ବ୍ୟୟ ଇତ୍ୟାଦିକୁ ମିଶାଇ ମୋଟ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କାର ଦେୟ ଏମ ଭି ଦେବୀ ଜାହଜ ଦେବାକଥା ।

ଆବେଦନକାରୀ ନିଜ ଆବେଦନରେ କୋର୍ଟଙ୍କୁ ଦର୍ଶାଇଥିଲେ ଯେ, ଏମଭି ଦେବୀ ଜାହାଜ ଇଜିପ୍ଟରୁ ବାହାରି ପାରାଦ୍ବୀପ ବନ୍ଦରରେ ପହଞ୍ଚି ଥିଲା । ଏହି ଜାହାଜ ପାରାଦ୍ବୀପରୁ ଡେନମାର୍କ ଅଭିମୁଖେ ଯିବାର ଥିଲା । କିନ୍ତୁ ଜାହାଜ ପାରାଦ୍ବୀପ ବନ୍ଦରରେ ରହିଥିବା ବେଳେ ଗତ ୨୦୨୩, ଏପ୍ରିଲ ୧ ତାରିଖରେ ସେଥିରୁ ୨୨ କେଜି କୋକେନ ଜବତ ହୋଇଥିଲା । ସେବେଠାରୁ ଏହି ଜାହାଜଟି ପାରାଦ୍ୱୀପ ବନ୍ଦରରେ ଅଟକି ରହିଛି । ଦୀର୍ଘଦିନ ଧରି ଏହି ଜାହାଜ ବନ୍ଦରରେ ଅଟକି ରହିଥିବା ବେଳେ ଏହାର ଭଡା ନଦେବା କାରଣରୁ ପିଆଇସିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

Leave A Reply

Your email address will not be published.