ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ମହିଳା ଗର୍ଭବତୀ ହୋଇ ସନ୍ତାନ ଜନ୍ମ ଦେଲେ, କ୍ଷତିପୂରଣ ଦେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସରକାରୀ ଡାକ୍ତରଖାନାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ମହିଳା ଗର୍ଭବତୀ ହୋଇ ସନ୍ତାନ ଜନ୍ମ ଦେବା ଘଟଣାରେ ଉକ୍ତ ମହିଳା ଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମହିଳାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଓ ୨୦ ହଜାର ଟଙ୍କା ତଣ୍ଡ ପ୍ରଦାନ କରିବାକୁ ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଅର୍ଥ ତିନି ସପ୍ତାହ ଭିତରେ ସଂପୃକ୍ତ ମହିଳାଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ଜନ୍ମ ନେଇଥିବା ଶିଶୁର ମଙ୍ଗଳ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି।

ଆବେଦନକାରୀ ମହିଳାଙ୍କର ୨୦୧୪, ଜାନୁଆରି ୨ରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାରର ୨୪୮ ଦିନ ପରେ ମହିଳା ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମହିଳା ଏ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। କ୍ଷତିପୂରଣ ରାଶି ମଧ୍ୟ ମିଳି ନଥିଲା। ଏହାପରେ ସେ କ୍ଷତିପୂରଣ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.