ଓଟିଏମ କମ୍ପାନୀର କେତେଜଣ ଶ୍ରମିକଙ୍କ ବକେୟା ଦରମା ରହିଛି ହିସାବ ଦିଅ, ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ହାଇକୋର୍ଟ ମାମଲାର ଶୁଣାଣି କରି ଅଫିସିଆଲ ଲିକୁଡେଟର ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଅଦାଲତ। ଓଟିଏମ କମ୍ପାନୀ ର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଓଟିଏମ ପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ଦେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସରକାର ୩୦ କୋଟି ଟଙ୍କା ଓ ଇଡ଼କୋ ୫ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। କେବଳ ସେତିକି ନୁହେଁ ଗୋଟିଏ ମିଟରରେ ୯୦ ଟି କ୍ୱାର୍ଟର ରେ ବିଦ୍ୟୁତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ତେବେ ଏନେଇ କୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟକ କ୍ୱାଟରକୁ ପୃଥକ ମିଟର ସଂଯୋଗ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। କ୍ୱାଟରର କର୍ମଚାରୀ ମାନେ ଏନେଇ ଅଫିସିଆଲ ଲିକୁଡେଟର ଙ୍କୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟସରକାର ଓଟିଏମ କୁ ଟେକଓଭର କରିବା ନେଇ ପ୍ରସ୍ତାବ ଦେଇଥିବା ଜଣାପଡିଛି। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପ୍ରାୟ ୫୨୧ ଏକର ଜମିରେ ସରକାର କୌଣସି ନୂଆ ପ୍ରକଳ୍ପ କରି ପାରନ୍ତି। ଓଟିଏମ କୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଆସନ୍ତା ୬ ସପ୍ତାହ ପରେ ମମାଲର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.