୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହୁଅ:ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଉ ୧୫ ଦିନ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ଏହି ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଏହି ସମୟ ମଧ୍ୟରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରି ପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଛି। ପୂର୍ବରୁ ଅଗଷ୍ଟ ୮ ଓ ତାପରେ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ। ବର୍ଷାଙ୍କ ସହ ତାଙ୍କ ମାଆ ଏବଂ ଝିଆରିକୁ ମଧ୍ୟ ଏହି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ଏହି ମାମଲା ହୋଇଥିଲା।

ଅନ୍ୟ ପଟରେ ସୁଜିତ ଦଳେଇଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୂର୍ବରୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ଏହି ମାମଲା ନେଇ ଦିଲ୍ଲୀ ଆଭେନିଉ ଥାନା ପୋଲିସ ପକ୍ଷରୁ ବର୍ଷା, ମା ଓ ଝିଆରୀଙ୍କୁ ନୋଟିସ କରାଯାଇଥିଲା। ଗତ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ପୋଲିସ କଟକ ଆସି ପୁରିଘାଟ ଥାନା ପୋଲିସ ଜରିଆରେ ଏହି ନୋଟିସ ଜାରି କରିଥିଲା। ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍‌ ଜାରି କରିବା ପରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜମିନ ପାଇଁ ଆବେଦନ କରିଥିଲେ। ଦିଲ୍ଲୀ ପୋଲିସ ଏସ୍‌.ସି ଓ ଏସ୍‌.ଟି ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଛି।

Leave A Reply

Your email address will not be published.