ଓଡ଼ିଆ ନ୍ୟୁଜ୍:ହୀରାକୁଦରେ ପୁଣି ଖୋଲିଲା ୨ଟି ସ୍ଲୁଇସ୍ ଗେଟ୍। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଆଜି ଅପରାହ୍ନରେ ଜଳଭଣ୍ଡାର ବାମପାଶର୍ବର ଆଉ ୨ଟି ସ୍ଲୁଇସ୍ ଖୋଲାଯାଇ ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଅପରାହ୍ନ ସାଢ଼େ ୩ଟାର ସୂଚନା ଅନୁସାରେ ୬୧୦. ୪୭ ଫୁଟରେ ପହଞ୍ଚିଛି।
ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୧ ଲକ୍ଷ ୪୦ ହାଜର ୫୧୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ମୋଟ୍ ୯୯ ହଜାର ୧୯୦ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।